Below header

ଓଲଟିଲା ଟ୍ରକ, ତଳେ ଚାପି ହୋଇ ଡ୍ରାଇଭର ହେଲପର ମୃତ

ଭଦ୍ରକ (କେନ୍ୟୁଜ) : ଜାତୀୟ ରାଜପଥ ପାର୍ଶ୍ୱକୁ ଓଲଟିଲା ଟ୍ରକ। ଫଳରେ ଟ୍ରକ ତଳେ ଚାପି ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଛି। ୧୬ ନଂ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ପାଳଦା ବାଙ୍କ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ବାଲେଶ୍ୱର ପଟୁ ଭୁବନେଶ୍ୱର ଆଡେ ଯାଉଥିଵା ଟ୍ରକଟି ଭଣ୍ଡାରିପୋଖରୀ ପାଳଦା ବାଙ୍କ ନିକଟରେ ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ସଙ୍ଗେ ସଙ୍ଗେ ଭଣ୍ଡାରିପୋଖରୀ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏଥିରେ ୪ଟି ଜେସିବିକୁ ମଧ୍ୟ ଲଗାଯାଇଥିଲା। ଘଟଣା ସ୍ଥଳରେ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ, ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଲା। ମୃତ ବ୍ୟକ୍ତି ହେଉଛନ୍ତି ଟ୍ରକର ଡ୍ରାଇଭର ଓ ହେଲପର। ଗାଡିକୁ ବାହାର କରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.