Below header

ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ, ଆଜି ଠାରୁ ନବମୀ ପର୍ଯ୍ୟନ୍ତ ଲାଗିହେବେ ଓଷ

ଗତକାଲି ଫୁଲୁରୀ ତେଲ ପରେ ଆଜି ଷଷ୍ଠୀ ଦିବସରେ ମହାପ୍ରଭୂଙ୍କୁ ଓଷ ଲାଗିହେବ। ଆଜି ଠାରୁ ନବମୀ ପର୍ଯ୍ୟନ୍ତ ଓଷ ଲାଗିହେବେ ଶ୍ରୀଜିଉ। ଏହି ଚାରିଦିନ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଅଣସର ସୁଦୁସୁଆରଙ୍କ ଦ୍ୱାରା ଝୁଣା ଓ ରାଶିତେଲରେ ପ୍ରସ୍ତୁତ ସ୍ୱତନ୍ତ୍ର ପ୍ରଲେପ ଦିଆଯିବ। ଓଷ ଲାଗି ପରେ ଜ୍ୱରରୁ ସୁସ୍ଥ ହେବେ ଶ୍ରୀଜିଉ।

କେନ୍ୟୁଜ୍(ବ୍ୟୁରୋ): ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ନବଦିନାତ୍ମକ ଯାତ୍ରା ପୂର୍ବରୁ ଶ୍ରୀବିଗ୍ରହଙ୍କୁ ସୁସ୍ଥ କରିବା ପାଇଁ ଅଣସର ତାଟି ଭିତରେ ଗୁପ୍ତ ଉପଚାର ଜାରି ରହିଛି। ଗତକାଲି ଫୁଲୁରୀ ତେଲ ପରେ ଆଜି ଷଷ୍ଠୀ ଦିବସରେ ମହାପ୍ରଭୂଙ୍କୁ ଓଷ ଲାଗିହେବ। ଆଜି ଠାରୁ ନବମୀ ପର୍ଯ୍ୟନ୍ତ ଓଷ ଲାଗିହେବେ ଶ୍ରୀଜିଉ। ଏହି ଚାରିଦିନ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଅଣସର ସୁଦୁସୁଆରଙ୍କ ଦ୍ୱାରା ଝୁଣା ଓ ରାଶିତେଲରେ ପ୍ରସ୍ତୁତ ସ୍ୱତନ୍ତ୍ର ପ୍ରଲେପ ଦିଆଯିବ। ଓଷ ଲାଗି ପରେ ଜ୍ୱରରୁ ସୁସ୍ଥ ହେବେ ଶ୍ରୀଜିଉ।

ସେପଟେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଜାରି ରହିଛି। ପୋଲିସ ପକ୍ଷରୁ ଆଜି ରଥଯାତ୍ରା ପାଇଁ ମକ ଡ୍ରିଲ କରିଛନ୍ତି ରାପିଡ ଆକ୍ସନ ଫୋର୍ସ। ରଥଖଳାରେ ଜାରି ରହିଛି ରଥ ନିର୍ମାଣ କାମ। ପୋଟଳ ସହ ପାରାଭାଡ଼ି ଓ ଖପୁରୀ ସଂଯୋଗ ସରିଥିବା ବେଳେ ଶ୍ରୀଜୀଉଙ୍କ ଆସ୍ଥାନ ପଛପଟରେ ଲାଗିବାକୁ ଥିବା ପ୍ରଭା ଫ୍ରେମର କାର୍ଯ୍ୟ ଜାରି ରହିଛି। ରୂପକାର ମାନଙ୍କ ଖୋଦେଇ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କନ୍ଦର୍ପ ରୂପ ଖୋଦେଇ ଜାରି ରଖିଛନ୍ତି ରୂପକାର ସେବାୟତ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.