ରାହୁଲ ଗାନ୍ଧିଙ୍କ ଦାଢ଼ିକୁ ନେଇ ବିଜେପିର ବିବାଦୀୟ ବୟାନ

ରାହୁଲ ଗାନ୍ଧିଙ୍କ ଦାଢ଼ିକୁ ନେଇ ବିଜେପିର ବିବାଦୀୟ ବୟାନ। ରାହୁଲଙ୍କ ଦାଢ଼ିକୁ ଅଲ କାଏଦା ମୁଖ୍ୟ ଓସାମା ବିନ୍‌ ଲାଦେନର ଦାଢ଼ି ସହ ତୁଳନା କରିଛନ୍ତି ବିହାର ବିଜେପି ମୁଖ୍ୟ ସମ୍ରାଟ ଚୌଧୁରୀ। ବିହାର ଆରାରିଆରେ ଏକ ସାଧାରଣସଭାରେ ଭାଷଣ ଦେଇ ସମ୍ରାଟ କହିଥିଲେ ଓସାମା ବିନ ଲାଦେନ ଭଳି ଦାଢ଼ି ବଢ଼ାଇଥିଲେ ରାହୁଲ ଗାନ୍ଧି ।

ଭାବିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ହୋଇଯିବେ । ଜଣେ ଦାଢ଼ି ଛାଡ଼ିଦେଲେ ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିବ ନାହିଁ ବୋଲି ସମ୍ରାଟ ଚୌଧୁରୀ କହିଥିଲେ । କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ଼ୋ ଯାତ୍ରା ବେଳେ ଦାଢ଼ି ଛାଡ଼ିଥିଲେ ରାହୁଲ ଗାନ୍ଧି। ପଦଯାତ୍ରା ଶେଷ ହେବା ପରେ ଦାଢ଼ି ଟ୍ରିମିଂ କରିଥିଲେ । ଅନ୍ୟପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି ବିହାର ବିଜେପି ମୁଖ୍ୟ ସମ୍ରାଟ ଚୌଧୁରୀ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.