ମାତ୍ର ୨ ବଖରା ଘରେ ରୁହନ୍ତି ବ୍ୟବସାୟ ଦୁନିଆର ଏହି ମହାନ ହସ୍ତୀ, ବିତାନ୍ତି ସାଧାରଣ ଜୀବନ

ଆମେ ସାଧାରଣତଃ ବଡ଼ ଲୋକଙ୍କ ଜୀବନ ଶୈଳୀକୁ ସୌଖୀନପୂର୍ଣ୍ଣ ଭାବେ ଗ୍ରହଣ କରିଥାଉ । ହେଲେ କିଛି ଏମିତି ବ୍ୟକ୍ତି ଅଛନ୍ତି ଯିଏ ପ୍ରାଚୁର୍ଯ୍ୟର ପାହାଡ଼ ଉପରେ ବସି ମଧ୍ୟ ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି ଜୀବନ କାଟିଥାନ୍ତି । ଶିଳ୍ପପତି ରତନ ଟାଟାଙ୍କୁ କିଏ ବା ନ ଜାଣନ୍ତି । ଟାଟା ଗ୍ରୁପ ଅଫ୍‌ କମ୍ପାନୀର ଅଧ୍ୟକ୍ଷ ରତନ ଟାଟା କେବଳ ଭାରତରେ ନୁହଁନ୍ତି ବିଶ୍ୱରେ ମଧ୍ୟ ଜଣେ ଧନୀ ଲୋକଙ୍କ ଗଣତିରେ ଆସନ୍ତି ।

ଆମେ ସାଧାରଣତଃ ବଡ଼ ଲୋକଙ୍କ ଜୀବନ ଶୈଳୀକୁ ସୌଖୀନପୂର୍ଣ୍ଣ ଭାବେ ଗ୍ରହଣ କରିଥାଉ । ହେଲେ କିଛି ଏମିତି ବ୍ୟକ୍ତି ଅଛନ୍ତି ଯିଏ ପ୍ରାଚୁର୍ଯ୍ୟର ପାହାଡ଼ ଉପରେ ବସି ମଧ୍ୟ ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି ଜୀବନ କାଟିଥାନ୍ତି । ଶିଳ୍ପପତି ରତନ ଟାଟାଙ୍କୁ କିଏ ବା ନ ଜାଣନ୍ତି । ଟାଟା ଗ୍ରୁପ ଅଫ୍‌ କମ୍ପାନୀର ଅଧ୍ୟକ୍ଷ ରତନ ଟାଟା କେବଳ ଭାରତରେ ନୁହଁନ୍ତି ବିଶ୍ୱରେ ମଧ୍ୟ ଜଣେ ଧନୀ ଲୋକଙ୍କ ଗଣତିରେ ଆସନ୍ତି ।

ହେଲେ ତାଙ୍କର ଜୀବନଶୈଳୀ ବହୁତ ସାଧାରଣ । ଆଜି ଆମେ ଆଉ ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ, ଯାହାଙ୍କ ଜୀବନଶୈଳୀ ବିଷୟରେ ଜାଣିଲେ ମଥା ନଇଁ ଯିବ । ସିଏ ଆଉ କେହି ନୁହଁନ୍ତି ପ୍ରଖ୍ୟାତ ଶିଳ୍ପପତି ରତନ ଟାଟାଙ୍କ ସାନ ଭାଇ ଜିମି ନଭାଲ ଟାଟା । ଜିମି ଟାଟାଙ୍କ କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ପୁରା ନାମ ଜିମି ନଭାଲ ଟାଟା । ବଡ଼ ଭାଇ ରତନଙ୍କ ଭଳି ସେ ମଧ୍ୟ ସାଧାରଣ ଜୀବନଶୈଳୀ ଆପଣାଇଥାନ୍ତି । ଖାଲି ସେତିକି ନୁହେଁ ବାହାର ଚାକଚକ୍ୟ ଠାରୁ ସର୍ବଦା ନିଜକୁ ଦୂରେଇ ରଖିବାକୁ ପସନ୍ଦ କରିଥାନ୍ତି ସେ ।

ମୁମ୍ବାଇର କୋଲାବରେ ଛୋଟ ଘର

ବ୍ୟବସାୟୀ ହର୍ଷ ଗୋଏଙ୍କା କିଛି ସମୟ ର୍ପୂର୍ବେ ଏକ ଟ୍ଵିଟ କରି ରତନ ଟାଟାଙ୍କ ସାନ ଭାଇଙ୍କ ସମ୍ପର୍କରେ ଏମିତି କିଛି ଲେଖିଛନ୍ତି । ଜିମି ଟାଟା ମୁମ୍ବଇ କୋଲାବା ଅଂଚଳରେ ଏକ ଦୁଇ ବଖରା ଘରେ ରୁହନ୍ତି । ନିଜର ଟୁ ବିଏଚକେ ଫ୍ଲାଟରେ ଚମକ ଦମକ ଠାରୁ ଦୂରରେ ରୁହନ୍ତି । ସେ ଜଣେ ଭଲ ଚେସ୍‌ ଖେଳାଳୀ ମଧ୍ୟ ।

tata-
photo : abplive.com

ଜଣେ ସାଧାରଣ ଭାରତୀୟଙ୍କ ଭଳି କାଟନ୍ତି ଜୀବନ

ଜିମି ଟାଟା କେବଳ ୨ ବଖରା ବାଲା ଘରେ ରୁହନ୍ତି ତାହା ନୁହେଁ, ସେ ଆଜିର ସମୟରେ ସ୍ମାର୍ଟ ଫୋନ ମଧ୍ୟ ବ୍ୟବହାର କରନ୍ତି ନାହିଁ । ସ୍ମାର୍ଟ ଡିଭାଇସ ଯୁଗରେ ମୋବାଇଲ ଠାରୁ ମଧ୍ୟ ଦୂରରେ ରୁହନ୍ତି । ସେ ଖବରକାଗଜ ଓ ବିଭିନ୍ନ ବହି ପଢ଼ିବାକୁ ଭଲ ପାଆନ୍ତି । ଟାଟା ଗ୍ରୁପର ମେମ୍ବର ହେଲେ ମଧ୍ୟ ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି ଜୀବନ ନିର୍ବାହ କରନ୍ତି ଜିମି ଟାଟା ।

ଟାଟା ଗ୍ରୁପର ଏହି ସବୁ କମ୍ପାନୀର ସେୟାର ହୋଲ୍ଡର

ସବୁଠୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି ଜିମି ଟାଟା ଏପରି ସାଧାରଣ ଜୀବନ କିଛି ଅସୁବିଧା କାରଣରୁ ବିତାଉ ନାହାଁନ୍ତି । ସେ କୋଟି କୋଟି ଟଙ୍କାର ମାଲିକ, ବଂଶାନୁକ୍ରମିକ ଭାବେ ତାଙ୍କୁ ଏହି ସବୁ ଧନ ମିଳିଛି । ତାଙ୍କ ପାଖରେ ଟାଟା ଗ୍ରୁପର ଟାଟା ମୋଟର୍ସ, ଟାଟା ଷ୍ଟିଲ, ଟାଟା ସନ୍ସ, ଟିସିଏସ୍‌, ଟାଟା ପାଓ୍ଵାର, ଇଣ୍ଡିଆନ ହୋଟେଲସ ଓ ଟାଟା କେମିକାଲସ ଭଳି କମ୍ପାନୀରେ ଠିକ ଠାକ୍‌ ସେୟାର ମଧ୍ୟ ରହିଛି ।

ଜିମି ଟାଟଙ୍କ ସମ୍ପତ୍ତି

ଜିମି ଟାଟା ଟାଟା ଟ୍ରଷ୍ଟର ଜଣେ ଟ୍ରଷ୍ଟି ମେମ୍ବର ମଧ୍ୟ ଅଟନ୍ତି । ଜିମି ଟାଟା ତାଙ୍କର ସବୁ କମ୍ପାନୀ ଉପରେ ନଜର ମଧ୍ୟ ରଖନ୍ତି, ଯେଉଁଥିରେ ସେ ସେୟାର ହୋଲ୍ଡର ରହିଛନ୍ତି । ଏକ ଆକଳନ ଅନୁସାରେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୦ ହଜାର କୋଟି ଟଙ୍କାରୁ ଅଧିକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.