କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ଲକଡାଉନ ସୁହାଇଛି ଚୋରା ମଦ ବ୍ୟବସାୟୀଙ୍କୁ, ବେଧଡକ ଭାବେ କରୁଛନ୍ତି ଚୋରା ଚାଲାଣ

କେନ୍ୟୁଜ(ବ୍ୟୁରୋ): ଲକଡାଉନରେ ଜମୁଛି ଚୋରା ମଦ ବେପାର । ଖୋଲାମ ଖୋଲା ଚୋରା ମଦର ଚାଲାଣ କରି ମଲେମାଲ ହେଉଛନ୍ତି ବେପାରୀ । ଆଜି ଏଭଳି ଏକ ମଦ ଭର୍ତ୍ତି ପିକଅପ ଭ୍ୟାନକୁ ଜବତ କରିଛି କମିସନରେଟ ପୋଲିସ । ମିଳିଥିବା ସୂଚନା ମୁତାବକ କମିସନରେଟ ପୋଲିସ କଟକ ଠାରୁ ନେଇ ଜଗସିଂହପୁର ପର୍ଯ୍ୟନ୍ତ ଏକ ବଡ଼ଧରଣର ବେଆଇନ ମଦ ଚୋରା ଚାଲାଣର ପର୍ଦାଫାଶ କରିଛି। ଏହି ଘଟଣାରେ ଦୁଇ ଜଣକୁ ଗିରଫ କରିବା ସହ ୩୦୦୦ ବୋତଲ ମଦ ଓ ଗୋଟେ ପିକଅପ ଭ୍ୟାନ୍ ଜବତ କରିଛି ।

liqor 2

ଏହି ଘଟଣାରେ ମାଲଗୋଦାମ ଥାନା ଏକା ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି, ଏହି ଚୋରାଚାଲାଣରେ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଓ ତଦନ୍ତ ପରେ ସେମାନଙ୍କୁ ଧରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.