ଟିଉସନ୍‌ ଯାଇ ଫେରିଲା ନାହିଁ ଝିଅ, ଫେରିଲା ମୃତଦେହ

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଟିଉସନ ଯାଇ ଘରକୁ ଫେରିଲେନି ନବମ ଶ୍ରେଣୀ ଛାତ୍ରୀ । ନାବାଳିକାଙ୍କୁ ଅପହରଣ କରି ନେଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଯାଜପୁର ଜିଲା ମଂଗଳପୁର ଥାନା ଅହିୟାସ ଅଂଚଳରୁ ଆସିଛି ଏପରି ଅଭିଯୋଗ । ଗତ ଶନିବାର ଦିନ ନାବାଳିକା ଜଣକ ଟିଉସନ ଯାଇ ଆଉ ଘରକୁ ଫେରିନଥିଲେ । ପରେ ନାବାଳିକଙ୍କର ଦୁର୍ଘଟଣା ଘଟିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ଦୁର୍ଘଟଣା ପରେ ନାବାଳିକକୁ ପ୍ରଥମେ ଧାମନଗର ଡାକ୍ତରଖାନା ଏବଂ ପରେ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନା ସହିତ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତକାଲି ମୃତ୍ୟୁ ହୋଇଛି ।
ଏହି ଘଟଣା ପଛରେ ଧାମନଗର ଅଂଚଳର କେତେକ ଦୁର୍ବୃତ୍ତଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ନାବାଳିକାଙ୍କୁ ଅପହରଣ କରି ନେଇ ଫେରାର ହେଉଥିବା ସମୟରେ ବାଟରେ ସେମାନଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା । ପରେ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ ବୋଲି କୁହାଯାଉଛି । ତେବେ ଏହି ଘଟଣାରେ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.