ଆଜିର ପବିତ୍ର ଦିନରେ ଆକାଶରେ ଦେଖାଯିବ “ବ୍ଲୁମୁନ”, ଜାଣନ୍ତୁ ଏହାର କାରଣ

ଆଜି ପବିତ୍ର ରକ୍ଷା ବନ୍ଧନ । ସାରା ଦେଶରେ ଆଜି ଏହି ପବିତ୍ର ଦିବସକୁ ଖୁବ ଧୁମଧାମରେ ପାଳନ କରୁଛନ୍ତି । ଏହିଦିନ ଆକାଶରେ ପୂର୍ଣ୍ଣ ଚନ୍ଦ୍ରମା ଦେଖାଯାଏ । ଅନ୍ତରୀକ୍ଷରେ ଏହାକୁ ନେଇ ଅଜବ ଘଟଣା ହେବାର ଶୁଣିବାକୁ ମିଳିଛି । ଆମେରିକା ଆଷ୍ଟ୍ରୋନୋମିକାଲ ସୋସାଇଟି ଅନୁଯାୟୀ ଆଜି ରବିବାର ଆକାଶରେ ନୀଳ ଚନ୍ଦ୍ରମା ଦେଖାଯିବ । ସ୍କାଇ ଆଣ୍ଡ ଟେଲିସ୍କୋପ ପତ୍ରିକାର କହିବା କଥା , ଚନ୍ଦ୍ର ବିଶେଷ କରି ପୂର୍ଣ୍ଣିମା ରାତିରେ ନୀଳ ହୋଇଯାଇଥାଏ । ତେଣୁ ଏହାର ନାମ “ବ୍ଲୁ ମୁନ” ରଖାଯାଯଇଛି ।

ତେବେ ଆପଣ ଭାବୁଥିବେ ଚନ୍ଦ୍ର ଦେଖିବାକୁ ସାଧାରଣତଃ ଧଳା, ତେବେ ନୀଳ କେମିିତି ଦେଖାଯିବେ । ଆଜ୍ଞା ହଁ , ଏହି ଦିନ ଚନ୍ଦ୍ର ନୀଳ ହୋଇଥାଏ । କିନ୍ତୁ ଏହାର ରଙ୍ଗ ନୁହେଁ । ବରଂ ଚନ୍ଦ୍ରର ଆଲୋକ ରଶ୍ମି ନୀଳ ରଙ୍ଗର ହୋଇଥାଏ । ବାୟୁରେ ଚନ୍ଦ୍ରଙ୍କ ପାଣି ବୁନ୍ଦା ଏକ ବିଶେଷ ପ୍ରକାର ରଙ୍ଗ ଧାରଣ କରିଥାଏ । ଏହାର ରଙ୍ଗ ନୀଳ ରଙ୍ଗର ।

ଏହି ଘଟଣା ସବୁବେଳେ ଘଟିନଥାଏ । ନାସାଙ୍କ କହିବା ଅନୁଯାୟୀ, ୧୮୮୩ ମସିହାରେ କ୍ରୋକାଟୋଆ ନାମକ ଇଣ୍ଡୋନେସିଆ ଜ୍ୱାଳାମୁଖିରେ ବିସ୍ପୋଟକ ହେବା ପରେ ବର୍ଷ ଯାଏଁ ନୀଳ ରଙ୍ଗର ଚନ୍ଦ୍ର ଦେଖାଦେଇଥିଲେ । କିନ୍ତୁ ପ୍ରକୃତରେ ଏହା ଜହ୍ନର ଏକ ଆଲୋକ ରଶ୍ମି, ଯାହା ପାଣି ଆକାରରେ ଧରା ପୃଷ୍ଠରେ ପଡ଼ିଥାଏ । ଏହାର ରଙ୍ଗ ନୀଳ ରଙ୍ଗର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.