Below header

ବିଦେଶରେ ଶାଢ଼ୀ ପିନ୍ଧି ମାରାଥନ୍‌ ଦୌଡ଼ିଲେ ଓଡ଼ିଆ ଝିଅ, ବିଦେଶରେ ଓଡ଼ିଆଙ୍କୁ କଲେ ଗୌରବାନ୍ଵିତ

ବ୍ରିଟେନର ମଞ୍ଚେଷ୍ଟର ମାରାଥନରେ ଗତକାଲି ସେ ଶାଢ଼ୀ ପିନ୍ଧି ଦୌଡ଼ିଥିଲେ । ୪୨.୨ କିଲୋମିଟର ଫୁଲ୍‌ ମାରାଥନ୍‌ ଶାଢୀରେ ଦୋଡ଼ିଥିଲେ ମଧୁସ୍ମିତା । ଏଥିପାଇଁ ସେ ନେଇଥିଲେ ୪ ଘଣ୍ଟା ୫୦ ମିନିଟ୍‌ । ଗୋଲାପୀ ରଙ୍ଗର ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିଲେ ।

କେନ୍ୟୁଜ୍(ବ୍ୟୁରୋ):  ଶାଢ଼ୀରେ ମାରାଥନ୍‌ । ୪୨ କିଲୋମିଟର ଦୌଡ଼ିଲେ । ଶାଢ଼ୀରେ ଏତେ ବାଟ ଦୌଡ଼ିବା କଷ୍ଟକର । କିନ୍ତୁ ଏହାକୁ କରି ଦେଖାଇଛନ୍ତି ଜଣେ ଓଡ଼ିଆ ଝିଅ । ବିଦେଶରେ ସମ୍ବଲପୁରୀ ଶାଢ଼ୀ ପିନ୍ଧି ମାରାଥନ୍‌ ଦୌଡ଼ିଛନ୍ତି ଓଡ଼ିଆ ଝିଅ ମଧୁସ୍ମିତା ଜେନା । ବ୍ରିଟେନର ମଞ୍ଚେଷ୍ଟର ମାରାଥନରେ ଗତକାଲି ସେ ଶାଢ଼ୀ ପିନ୍ଧି ଦୌଡ଼ିଥିଲେ । ୪୨.୨ କିଲୋମିଟର ଫୁଲ୍‌ ମାରାଥନ୍‌ ଶାଢୀରେ ଦୋଡ଼ିଥିଲେ ମଧୁସ୍ମିତା । ଏଥିପାଇଁ ସେ ନେଇଥିଲେ ୪ ଘଣ୍ଟା ୫୦ ମିନିଟ୍‌ । ଗୋଲାପୀ ରଙ୍ଗର ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିଲେ । ମଧୁସ୍ମିତା ମଞ୍ଚେଷ୍ଟରରେ ଶିକ୍ଷୟିତ୍ରୀ ଭାବରେ କାମ କରୁଛନ୍ତି । ସେ ନର୍ଥ େଓ୍ଵଷ୍ଟ ଇଂଲଣ୍ଡର ଓଡ଼ିଆ କମ୍ୟୁନିଟିର ଜଣେ ସକ୍ରିୟ ସଦସ୍ୟ । ବିଶ୍ୱର ବିଭିନ୍ନ ସ୍ଥାନରେ ଅନେକ ମାରାଥନରେ ମଧୁସ୍ମିତା ଅଂଶ ଗ୍ରହଣ କରିଛନ୍ତି । ବିଦେଶରେ ଓଡ଼ିଶା ସମେତ ଓଡ଼ିଆଙ୍କୁ ଗୌରବାନ୍ଵିତ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.