ଜୁଆ ପାଇଁ ବନ୍ଧା ପଡ଼ିଥିବା ନାବାଳକକୁ ଉଦ୍ଧାର କଲା ପୋଲିସ୍‌, ଫାର୍ମ ହାଉସ୍‌ରୁ ଠାବ

ଆଜି ମାନସକୁ ଭଦ୍ରକ ରମ୍ଭିଳା ଠାରେ ଥିବା ଏକ ଫାର୍ମ ହାଉସ୍‌ରୁ ପୋଲିସ୍‌ ଉଦ୍ଧାର କରିଛି । ବାଂଶଡା ଥାନାରେ ରଖି ଘଟଣା ପଛର ରହସ୍ୟ ଉନ୍ମୋଚନ କରୁଛି ।

ଚାନ୍ଦବାଲି (କେନ୍ୟୁଜ୍‌) : ପୋଲିସ୍‌ର ତନାଘନା ପରେ ମିଳିଲା ପାଖାପାଖି ମାସେ ହେବ ନିଖୋଜ ଥିବା ଛାତ୍ର । ନବମ ଶ୍ରେଣୀ ଛାତ୍ର ମାନସ ଦାସକୁ ଏକ ଫାର୍ମ ହାଉସ୍‌ ଭିତରୁ ଠାବ କରିଛି ବାଂଶଡ଼ା ପୋଲିସ୍‌ । ମାନସ ମା’ଙ୍କ ଅଭିଯୋଗ ଅନୁଯାୟୀ ଜଣେ ସମ୍ପର୍କୀୟ ବଡ଼ବାପା ମାନସକୁ ଜୁଆ ଖେଳିବା ପାଇଁ ବନ୍ଧା ପକାଇ ଦେଇଥିଲେ । ଏ ଘଟଣା ହେଉଛି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅଧୀନ ତୋଟାପଡା ପଞ୍ଚାୟତ ଆଙ୍କପଡା ଗାଁରେ ।

ଅଭିଯୋଗ ଅନୁଯାୟୀ ସବିତା ଦାସଙ୍କ ପୁଅ ମାନସ ଗତ ଏପ୍ରିଲ ୬ ତାରିଖରୁ ନିଖୋଜ ଥିଲା । ବହୁତ ଖୋଜାଖୋଜି କରି ନପାଇବାରୁ ଏପ୍ରିଲ ୮ ତାରିଖରେ ମା ସବିତା ବାଂଶଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୁଅକୁ ଖୋଜି ପାଇ ପାରିଲା ନାହିଁ ପୋଲିସ୍ । ମା’ଙ୍କ ଅଭିଯୋଗ ଅନୁସାରେ ସମ୍ପର୍କୀୟ ବଡ଼ ବାପା ଲମ୍ବୋଦର ଜୁଆ ଖେଳିବା ପାଇଁ ମାନସକୁ ଏକ ଫାର୍ମ ହାଉସ୍ରେ ଜଣକ ପାଖରେ ବନ୍ଧକ ରଖିଥିଲେ । ୧୪ ବର୍ଷର ମାନସକୁ ମୋବାଇଲ୍ ଦେବାର ଲୋଭ ଦେଖାଇ ନେଇ ଯାଇଥିବା ମା ସବିତା କହିଛନ୍ତି ।

ଖବର ପାଇ ସବିତା ଫାର୍ମ ହାଉସ୍ ପହଞ୍ଚିବା ପରେ ସେଠାରେ ପୁଅ ନଥିଲା । ଏହା ପରେ ସେ ଥାନାରେ ଅଭିଯୋଗ କରିଥିଲେ । ବାଂଶଡା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ସେପଟେ ଲମ୍ବୋଦର ଘରେ ନଥିଲେ । ତେଣୁ ତାଙ୍କର ପ୍ରତିକ୍ରିୟା ନେଇ ହୋଇ ନାହିଁ । ଏପଟେ ସବିତାଙ୍କ ସ୍ୱାମୀ ମଧ୍ୟ ବାହାର ରାଜ୍ୟରେ କାମ କରନ୍ତି । ତେଣୁ ପୁଅ ପାଇଁ ଏକା ଏକା ଲଢ଼େଇ କରି ଚାଲିଥିଲେ ମା ସବିତା ।

ଆଜି ମାନସକୁ ଭଦ୍ରକ ରମ୍ଭିଳା ଠାରେ ଥିବା ଏକ ଫାର୍ମ ହାଉସ୍‌ରୁ ପୋଲିସ୍‌ ଉଦ୍ଧାର କରିଛି । ବାଂଶଡା ଥାନାରେ ରଖି ଘଟଣା ପଛର ରହସ୍ୟ ଉନ୍ମୋଚନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.