Below header

ବିଶ୍ୱର ଦୁଇ ପାଓ୍ଵାର ହାଉସ୍ ଲିଡରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱର ଦୁଇ ପାଓ୍ଵାର ହାଉସ୍ ଲିଡରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଭେଟିଛନ୍ତି ନରେନ୍ଦ୍ର ମୋଦି। ଦ୍ୱିପାକ୍ଷିକ ସମ୍ପର୍କ ନେଇ ପୃଥକ ପୃଥକ ଭାବରେ ଉଭୟ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଭାରତ-ଚୀନ୍ ସୀମା ସ୍ଥିତି ନେଇ ବିସ୍ତୃତ ଭାବରେ ଆଲୋଚନା କରିଥିବା ବେଳେ ଦୁଇ ଦେଶର ସେନା କିଭଳି ଶାନ୍ତି ବଜାୟ ରଖିବେ ସେଦିଗରେ ଗୁରୁତ୍ୱ ଦେଇଛନ୍ତି ମୋଦି-ଜିନ୍ପିଙ୍ଗ।

ସେହିପରି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ବି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୋଦ। ଭବିଷ୍ୟତରେ ମିଳିମିଶି କାମ କରିବାକୁ ନୂଆଦିଲ୍ଲୀ-ମସ୍କୋ ପ୍ରତିଶୃତି ଦେଇଥିବା ଜଣା ପଡ଼ିଛି। ମୋଦି-ଜିନ୍ପିଙ୍ଗ ଓ ପୁଟିନଙ୍କ ଏହା ଦ୍ୱିତୀୟ ଭେଟଘାଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.