ଫ୍ରିରେ ଗ୍ୟାସ୍ କନେକସନ୍ କରିଥିବା ଲୋକଙ୍କ ପାଇଁ ବଡ ଖବର, ସବସିଡିକୁ ନେଇ ସରକାର ବଦଳାଇବାକୁ ଯାଉଛନ୍ତି ନିୟମ

ଯଦି ଆପଣ ବି ଉଜ୍ଜ୍ୱଳା ସ୍କିମରେ ମାଗଣାରେ LPG ଗ୍ୟାସ୍ କନେକସନ କରିବାକୁ ପ୍ଲାନ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ। ଉଜ୍ଜ୍ୱଳା ସ୍କିମ ଅନୁଯାୟୀ ମିଳୁଥିବା ସବସିଡି ଷ୍ଟ୍ରକଚରରେ ସରକାର ବହୁତ ଜଲଦି ପରିବର୍ତ୍ତନ କରିପାରନ୍ତି। ଖବର ଅନୁଯାୟୀ ପେଟ୍ରୋଲିୟମ ମନ୍ତ୍ରାଳୟ ୨ ନୂଆ ଷ୍ଟ୍ରକଚର ଉପରେ କାମ କରୁଛନ୍ତି ଯାହାକୁ ବହୁତ ଶୀଘ୍ର ଜାରୀ କରାଯାଇପାରେ। କେନ୍ଦ୍ର ସରକାର ଏଥର ବଜେଟରେ ଏକ କୋଟି ନୂଆ ଗ୍ୟାସ୍ ସଂଯୋଗ କରିବାକୁ ଘୋଷଣା କରିଥିଲେ। କିନ୍ତୁ ଏବେ ସରକାର OMCs ପକ୍ଷରୁ ଆଡଭାନ୍ସ ପେମେଣ୍ଟ ମଡେଲରେ ପରିବର୍ତ୍ତନ କରିପାରନ୍ତି।

ସରକାରଙ୍କ ଏହି ସ୍କିମରେ ଗ୍ରାହକଙ୍କୁ ୧୪.୨ କିଲୋର ସିଲିଣ୍ଡର ଏବଂ ଷ୍ଟୋଭ ଦିଆଯାଉଛି। ସରକାର ତରଫରୁ ପ୍ରାୟ ୩୨୦୦ ଟଙ୍କା ଏବଂ ୧୬୦୦ ଟଙ୍କା ସବସିଡି ମିଳୁଛି। ଏହି ୧୬୦୦ ଟଙ୍କା OMCs ଆଡଭାନ୍ସ ରୂପରେ ଦିଆଯାଉଛି।

lpg1ଯଦି ଆପଣ ଏହି ଯୋଜନାରେ ନିଜ ନାମ ରେଜିଷ୍ଟ୍ରେସନ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ବେଶି କିଛି କଷ୍ଟ କରିବାକୁ ପଡିବନି। ଉଜ୍ଜ୍ୱଳା ଯୋଜନା ଅନୁଯାୟୀ ଗ୍ୟାସ କନେକସନ ନେବା ପାଇଁ ବିପିଏଲ ପରିବାରର କୌଣସି ମହିଳା ଆପ୍ଲାଏ କରିପାରିବେ। ଏହାଛଡା ଏହି ଯୋଜନା ଅନ୍ତର୍ଗତ ବିବରଣୀ ଜାଣିବା ପାଇଁ କୁ ଯାଇ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ। ରେଜିଷ୍ଟ୍ରେସନ କରିବା ପାଇଁ ସର୍ବପ୍ରଥମେ ଏକ ଫର୍ମ ଭି ନିକଟସ୍ଥ ଏଲପିଜି ଡିଷ୍ଟ୍ରିବୁଟର ପାଖରେ ଜମା କରିବାକୁ ହେବ।

ଏହାବ୍ୟତୀତ ଏହି ଫର୍ମରେ ମହିଳାକୁ ନିଜର ପୂରା ଠିକଣା, ଜନଧନ ବ୍ୟାଙ୍କ ଆକାଉଣ୍ଟ ଏବଂ ପରିବାରର ସଦସ୍ୟଙ୍କ ଆଧାର ନମ୍ବର ଦେବାକୁ ହେବ। ପରେ ଏହି ପ୍ରୋସେସ କରିବା ପରେ ଦେଶର ଅଏଲ ମାର୍କେଟିଙ୍ଗ କମ୍ପାନୀ ଯୋଗ୍ୟ ଉପଭୋକ୍ତାଙ୍କୁ ଏଲପିଜି କନେକସନ୍ ଜାରି କରିବେ। ଯଦି କୌଣସି ଉପଭୋକ୍ତା ଇଏମଆଇ ବିକଳ୍ପ ଚୟନ କରୁଛନ୍ତି ତେବେ ଇଏମଆଇ ଟଙ୍କା ସିଲିଣ୍ଡର ଉପରେ ମିଳୁଥିବା ସବସିଡି ରାଶିରେ ଆଡଜଷ୍ଟ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.