‘‘ସ୍ବାମୀ କହୁଛି ପର ପୁରୁଷ ସହ ଅଶ୍ଲୀଳ ଚାଟ୍ କରିବାକୁ’’,କଟକ ମହିଳା ଥାନାରେ ଏତଲା ଦେଲେ ସ୍ତ୍ରୀ

କଟକ(କେନ୍ୟୁଜ୍):  ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପତ୍ନୀ । ଅନ୍ୟ ବ୍ୟକ୍ତିଙ୍କ ସହ ଅଶ୍ଲୀଳ ଭିଡିଓ ଚାଟ କରିବାକୁ ବାଧ୍ୟ କରୁଥିଲେ ସ୍ୱାମୀ । ଅରାଜି ହେଲେ ମିଳୁଥିଲା ମାନସିକ ଓ ଶାରୀରିକ ନିର୍ଯାତନା । କଟକ ମହିଳା ଥାନାରେ ଏନେଇ ଏତଲା ଦେଇଛନ୍ତି ଜନୈକ ବିବାହିତା ମହିଳା । ୨୦୧୧ରେ ବିବାହ ହୋଇଥିଲା ।

ଉଭୟ ସ୍ୱାମୀ ସ୍ତ୍ରୀ କଟକରେ ରହୁଥିଲେ । ତେବେ ମହିଳା ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । କୋର୍ଟରେ ସଂପୃକ୍ତ ମହିଳାଙ୍କର ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି । ସ୍ୱାମୀଙ୍କୁ ଡାକି ପଚରାଉଚରା କରାଯିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.