Below header

ବ୍ରହ୍ମପୁର ଆଇଟିଆଇରେ ପାଠ ପଢ଼ୁଥିବା ୧୫୬୬ ଜଣ ଛାତ୍ରଛାତ୍ରୀଙ୍କୁ ୧୮ଟି କମ୍ପାନୀରେ ମିଳିଲା ନିଯୁକ୍ତି

ଉଚ୍ଚଶିକ୍ଷା ହାସଲ କରିବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ଇଚ୍ଛା ଥାଏ କିଭଳି ଏକ ଭଲ ଚାକିରିଟିଏ କରିବି । ଆଉ ପାଠପଢ଼ା ଶେଷ ପୂର୍ବରୁ ଯଦି ଚାକିରି ଖଣ୍ଡିଏ ମିଳିଯାଏ ତେବେ ଛାତ୍ରଛାତ୍ରୀଙ୍କ ଖୁସି କହିଲେ ନ ସରେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନରେ ।

ବ୍ରହ୍ମପୁର(କେନ୍ୟୁଜ) : ଉଚ୍ଚଶିକ୍ଷା ହାସଲ କରିବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ଇଚ୍ଛା ଥାଏ କିଭଳି ଏକ ଭଲ ଚାକିରିଟିଏ କରିବି । ଆଉ ପାଠପଢ଼ା ଶେଷ ପୂର୍ବରୁ ଯଦି ଚାକିରି ଖଣ୍ଡିଏ ମିଳିଯାଏ ତେବେ ଛାତ୍ରଛାତ୍ରୀଙ୍କ ଖୁସି କହିଲେ ନ ସରେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନରେ ।

ଆଇଟିଆଇରେ ୧୫୬୬ ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ଏଥିରେ ରହିଛନ୍ତି ୪୦୪ ଜଣ ଛାତ୍ରୀ । ମୋଟ ୧୮ଟି କମ୍ପାନୀରେ ଏହି ଛାତ୍ରଛାତ୍ରୀ ମାନେ ନିଯୁକ୍ତି ପାଇଛନ୍ତି । ସମ୍ପୃକ୍ତ କମ୍ପାନୀରେ ନିଯୁକ୍ତ ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଗତକାଲି ଆଇଟିଆଇର ସମ୍ମିଳନୀ କକ୍ଷରେ ଭିଡ଼ିଓ କନଫିରେନ୍ସ ମାଧ୍ୟମରେ ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଓ ଯାନ୍ତ୍ରିକ ଶିକ୍ଷା ତାଲିମ ବିଭାଗର ନିର୍ଦ୍ଧେଶକ ରଘୁ ଜୀ ଯୋଗ ଦେଇ ନିଯୁକ୍ତି ପତ୍ର ବାଣ୍ଟିଥିଲେ । ଏହି ୧୮ଟି କମ୍ପାନୀରୁ ଅଧିକାଂଶ କମ୍ପାନୀ ଗୁଡ଼ିକୁ ଦୀର୍ଘ ବର୍ଷ ହେଲା ଆଇଟିଆଇ ଛାତ୍ରଛାତ୍ରୀ ମାନଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ଦେଉଛନ୍ତି । କାରଣ ଆଇଟିଆଇର ଛାତ୍ରଛାତ୍ରୀ ମାନେ ଦକ୍ଷ ବୋଲି ସେମାନେ ଜାଣିଛନ୍ତି । ଆଗାମୀ ଦିନରେ ଆହୁରି ଅଧିକ କମ୍ପାନୀ ଆଇଟିଆଇକୁ ଆସିବାର ମଧ୍ୟ ଯୋଜନା ରହିଥିବା କହିଛନ୍ତି ଆଇଟିଆଇର ଅଧ୍ୟକ୍ଷ ।

ସେପଟ ଆଇଟିଆଇରେ ପାଠପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ମୋଟ ୨୦ଟି କମ୍ପାନୀକୁ ଡ଼କାଯାଇଥିଲା । ସେଥିମଧ୍ୟରୁ ୧୮ଟି କମ୍ପାନୀ ଆଇଟିଆଇକୁ ଆସିଥିଲେ । ଆଉ ଏହି କମ୍ପାନୀରେ ନିଯୁକ୍ତି ପାଇବା ନିମନ୍ତେ ଇଣ୍ଟରଭ୍ୟୁ ଦେଇଥିଲେ ଛାତ୍ରଛାତ୍ରୀ ମାନେ । ମୌଖିକ ଓ ଲିଖିତ ଏବଂ ପ୍ରାକ୍ଟିକାଲ ପରୀକ୍ଷା କରିବା ପରେ କମ୍ପାନୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ଦେଇଥିବା କହିଛନ୍ତି ଆଇଟିଆଇର ଶିକ୍ଷୟତ୍ରୀ ।

job

ବର୍ତ୍ତମାନ ୧୮ଟି କମ୍ପାନୀରେ ନିଯୁକ୍ତି ପାଇଥିବା ୧୫୬୬ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ା ଶେଷ ହୋଇନାହିଁ । ପାଠପଢ଼ା ଶେଷ ହେବା ପୂର୍ବରୁ ବିଭିନ୍ନ କମ୍ପାନୀରେ ସେମାନଙ୍କୁ ନିଯୁକ୍ତି ମିଳିସାରିଛି । ଆସନ୍ତା ଅଗଷ୍ଟ ମାସରେ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ା ଶେଷ ହେବା ପରେ ନିଯୁକ୍ତି ପାଇଥିବା କମ୍ପାନୀରେ ଚାକିରି କରିବା ନିମନ୍ତେ ଛାତ୍ରଛାତ୍ରୀ ମାନେ ଯିବେ । ଆଇଟିଆଇ ପାଠପଢ଼ିବା ପରେ ଖଣ୍ଡିଏ ଚାକିରି କରିବା ଆଶାରେ ଛାତ୍ରଛାତ୍ରୀ ମାନେ ଏଠାରେ ପାଠପଢ଼ିଥିଲେ ।

ପ୍ରଥମେ ରାଜ୍ୟ ସରକାରଙ୍କ ସୁଦକ୍ଷା ଯୋଜନାରେ ଆଇଟିଆଇରେ ପାଠପଢ଼ିବା ଠାରୁ ଆରମ୍ଭ କରି ରହିବା ଓ ଖାଇବା ମାଗଣାରେ ମିଳିଥିବା ବେଳେ ବର୍ତ୍ତମାନ ନିଯୁକ୍ତି ମିଳିଥିବା ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରୀ ମାନେ । ତେବେ ପାଠପଢ଼ା ଶେଷ ନ ହେଉଣୁ ନିଯୁକ୍ତି ମିଳିଯାଇଥିବା ଯୋଗୁଁ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । କେବଳ ଛାତ୍ରଛାତ୍ରୀ ନୁହେଁ ବରଂ ସେମାନଙ୍କର ଅଭିଭାବକ ମାନେ ମଧ୍ୟ ନିଯୁକ୍ତି ନେଇ ଖୁସି । ଏହି ୧୫୬୬ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ରହିଥିବା ବେଳେ ସେମାନେ ଯେଉଁ ପ୍ରାକ୍ଟିକାଲ ଓ ଥିଓରୀ ପାଠ ପଢ଼ିଥିଲେ ଆଇଟିଆଇରେ ତାହା ସମ୍ପୃକ୍ତ କମ୍ପାନୀ ଗୁଡ଼ିକରେ କାମ କରିବା ସମୟରେ ବେଶ ସହାୟକ ହେବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ସେହିପରି ଆଇଟିଆଇରେ ପାଠପଢ଼ୁଥିବା ୧୬୦ ଜଣ ଛାତ୍ରଛାତ୍ରୀ ଆଉ କିଛି ଦିନ ପରେ ୮ଟି ସହରକୁ ଯାଇ ସେଠାରେ କିଭଳି କମ୍ପାନୀ ମାନ କାମ କରୁଛି ତାହା ଦେଖିବେ ଓ ଅଭିଜ୍ଞତା ନେବେ । ଏହାସହିତ ଯେଉଁମାନେ ଦଶମ ଶ୍ରେଣୀ ପାଠପଢ଼ିବା ପରେ ଆଇଟିଆଇ ପାଠପଢ଼ୁଛନ୍ତି ସେମାନେ ଦୁଇ ବର୍ଷ ଆଇଟିଆଇ ପାଠପଢ଼ିବା ପରେ ସେମାନଙ୍କୁ ଯୁକ୍ତଦୁଇର ଏକ ସାଟିଫିକେଟ ମଧ୍ୟ ପ୍ରଦାନ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.