ଅଟୋକୁ ଧକ୍କା ଦେଲା ଟ୍ରକ୍; ଜଣେ ମୃତ, ୪ ଗୁରୁତର
ଦିଗପହଣ୍ଡି ଆସିକା ରାସ୍ତାର ରାଜପୁର ନିକଟ ଅଟୋକୁ ପଛରୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ଜଣେ ମୃତ ୪ ଗୁରୁତର । ୪ ଗୁରୁତରଙ୍କୁ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଛି । ଆଜି ଭୋର ସାଢେ ୫ଟାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ବ୍ରହ୍ମପୁର (କେନ୍ୟୁଜ): ଦିଗପହଣ୍ଡି ଆସିକା ରାସ୍ତାର ରାଜପୁର ନିକଟ ଅଟୋକୁ ପଛରୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ଜଣେ ମୃତ ୪ ଗୁରୁତର । ୪ ଗୁରୁତରଙ୍କୁ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଛି । ଆଜି ଭୋର ସାଢେ ୫ଟାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ କୋରାପୁଟରୁ ଚାରି ଜଣ ବସରେ ଆସି ଦିଗପହଣ୍ଡିରେ ଓହ୍ଲାଇ ଥିଲେ। ଏକ ଅଟୋ ଭଡା କରି ଭାଲିଆଝୋଳା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକଟି ଅଟୋ ସହିତ ମୁହାଁମୁହିଁ ଧକ୍କା ଦେଇଥିଲା । ଯାହା ଫଳରେ ଅଟୋ ଡ୍ରାଇଭର ସମେତ ପାଞ୍ଚ ଜଣଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର ଏମ କେ ସି ଜି କୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣଙ୍କର ଅବସ୍ଥାରେ ଗୁରୁତରରହିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।