କିଏ ଯିବେ ମହାକାଶ ? ଆଜି ଗଗନଯାନ ମିଶନ ପାଇଁ ୪ ପାଇଲଟଙ୍କ ନାଁ ଘୋଷଣା କରିବେ ପ୍ରଧାନମନ୍ତ୍ରୀ

ଆଜି ଇସ୍ରୋର ବହୁ ପ୍ରତୀକ୍ଷିତ ଗଗନଯାନ ମିଶନ ପାଇଁ ତାଲିମ ନେଉଥିବା ୪ ପାଇଲଟଙ୍କ ନାମ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେରଳର ବିକ୍ରମ ସାରାଭାଇ ସ୍ପେଶ ସେଂଟର ପରିଦର୍ଶନ କରିବା ସହ ଗଗନଯାନ ମିଶନ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିବେ ପିଏମ ମୋଦି ।

ନୂଆଦିଲ୍ଲୀ : ମିଶନ ଗଗନଯାନରେ କିଏ ଯିବେ ମହାକାଶ । ଆଜି ୪ ଟେଷ୍ଟ ପାଇଲଟଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଗନାୟନ ମିଶନ ହେଉଛି ଭାରତର ପ୍ରଥମ ହ୍ୟୁମାନ ସ୍ପେସ୍ ମିଶନ। ଆଜି ପ୍ରଧାନମନ୍ତ୍ରୀ କେରଳ ସ୍ଥିତ ବିକ୍ରମ ସରଭାଇ ସ୍ପେସ୍ ସେଣ୍ଟର ଯାଉଛନ୍ତି । ସେଠାରେ ଗଗନଯାନ ମହାକାଶ ଅଭିଯାନର ସମୀକ୍ଷା ସହ ମିଶନ ପାଇଁ ମନୋନୀତ ୪ ପାଇଲଟଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ । ସେମାନେ ରୁଷିଆରେ ବର୍ଷେ ପ୍ରଶିକ୍ଷଣ ନେଇ ଭାରତ ଫେରିଛନ୍ତି ।

୨୦୨୦ରେ ଇସ୍ରୋ ପ୍ରଶାନ୍ତ ନାୟାର, ଅଙ୍ଗଦ ପ୍ରତାପ, ଅଜିତ କ୍ରିଷ୍ଣନ ଓ ଚୌହାନଙ୍କୁ ଗଗନଯାନ ମିଶନରେ ତାଲିମ ପାଇଁ ରୁଷିଆ ପଠାଯାଇଥିଲା । ଗଗନଯାନ ମିଶନର ପ୍ରଥମ ପର୍ଯ୍ୟାୟରେ କୌଣସି ମହାକାଶଚାରୀ ସାମିଲ ହେବେ ନାହିଁ । କେବଳ ଏକ ରୋବଟ ବ୍ୟୋମମିତ୍ରକୁ ମହାକାଶ ପଠାଯିବ । ୨୦୨୫ ସୁଦ୍ଧା ୩ ଜଣ ଭାରତୀୟ ମହାକାଶଚାରୀଙ୍କୁ ସ୍ପେସ୍ ମିଶନରେ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଗଗନଯାନ ମିଶନ ପାଇଁ CE20 କ୍ରାୟୋଜେନିକ୍ ଇଞ୍ଜିନ୍ ପ୍ରସ୍ତୁତ ରହିଛି। ମାନବ ବିହୀନ ମିଶନ୍ ପାଇଁ ପ୍ରସ୍ତୁତ ଇଞ୍ଜିନ୍ ଅନୁମୋଦନ ଲାଭ କରିଛି। ଏହି ମିଶନ ଭାରତ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ଏହା ସଫଳ ହେଲେ ଆମେରିକା, ଚୀନ୍ ଓ ଋଷ ପରେ ଭାରତ ଚତୁର୍ଥ ହେବ ଦେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.