AIIMS ରେ ଆସିଷ୍ଟାଣ୍ଟ ପ୍ରଫେସର ସମେତ ଅନେକ ପଦବୀ, ଦରମା ମାସକୁ ଲକ୍ଷେରୁ ଅଧିକ

ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥା(ଏମ୍ସ) ଗୌହ୍ଵାଟୀ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀ aiimsguwahati.ac.in କୁ ଯାଇ ଆବେଦନ କରିପାରିବେ ।

ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥା(ଏମ୍ସ) ଗୌହ୍ଵାଟୀ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀ aiimsguwahati.ac.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୩୦ ଏପ୍ରିଲ ୨୦୨୩ ରହିଛି ।

ପଦବୀ ବିବରଣୀ : ୧୦୦

ପ୍ରଫେସର, ଆଡିସନାଲ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଇତ୍ୟାଦି ପଦ ରହିଛି । ନୋଟିଫିକେସନ ଅନୁସାରେ ବାୟୋ କେମେଷ୍ଟ୍ରି, କାର୍ଡିଓଲୋଜି, ଡର୍ମୋଟୋଲୋଜି, ନେଫ୍ରୋଲୋଜି, ଗାୟନକୋଲୋଜି, ୟୁରୋଲୋଜି, ମେଡିକାଲ ଅଙ୍କୋଲୋଜି, ପିଡିୟାଟ୍ରିକ୍ସ, ମନୋବିଜ୍ଞାନ, ରେଡିଓଲୋଜି, ସର୍ଜିକାଲ ଓଙ୍କୋଲୋଜି, ନ୍ୟୁରୋଲୋଜି, ହେମେଟୋଲୋଜି, ପାଥୋଲୋଜି ବିଭାଗରେ ଭର୍ତ୍ତିହେବ ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଏମଡି/ଏମଏସ/ପୋଷ୍ଟ ଗ୍ରାଜୁଏସନ/ଡକ୍ଟରେଟ ଡିଗ୍ରୀ/ଏମସିଏଚ/ଡିଏମ୍‌ କିମ୍ବା ସମକକ୍ଷ କୋର୍ସ କରିଥିବା ଜରୁରୀ । ୧୪ ବର୍ଷର ଅଭିଜ୍ଞତା ଥିବା ଜରୁରୀ । ଏହାସହିତ ଭାରତୀୟ ନର୍ସିଂ ପରିଷଦରେ ରେଜିଷ୍ଟ୍ରେସନ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୫୦ ରୁ ୫୮ ବର୍ଷ ହେବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ୧,୦୧,୫୦୦ ଟଙ୍କାରୁ ଆରମ୍ଭ କରି ୧,୬୮,୯୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

ଚୟନ ପ୍ରକ୍ରିୟା : ଚୟନ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ, ସାକ୍ଷାତକାର ଏବଂ ଅନୁଭବ ଆଧାରରେ ହେବ ।

କେମିତି କରିବେ ଆବେଦନ :

ପ୍ରଥମେ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯାଇ ଆବେଦନ ଫର୍ମ ଡାଇନଲୋଡ କରିବାକୁ ହେବ । ଏହାପରେ All India Institute of Medical Sciences, Silbharal, Changsari, Guwahati, Assam-781101 ଠିକଣାରେ ପଠାଇବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.