ଦିନ ରାତି ମନଭରି ଚଲାନ୍ତୁ ଏସି ! ବିଜୁଳି ବିଲ୍‌ ଆସିବ ଏକଦମ୍‌ କମ୍‌, ଏହି ୪ ତରିକାକୁ କରନ୍ତୁ ଫଲୋ

ଅବଶ୍ୟ ଏସି ଚଲାଇବା କାରଣରୁ ବିଦ୍ୟୁତ୍ ବିଲ୍ ଲୋକଙ୍କୁ ଡରାଇପାରେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ବିଜୁଳି ବଞ୍ଚାଇବାର କିଛି ଟିପ୍ସ କହିବାକୁ ଯାଉଛୁ, ଯାହାର ବ୍ୟବହାର କରି ଆପଣ ହଜାର ହଜାର ଟଙ୍କା ବଞ୍ଚାଇପାରିବେ ।

ଗ୍ରୀଷ୍ମଋତୁ ଧିରେ ଧିରେ ତାପମାତ୍ରା ବୃଦ୍ଧି କରିବାରେ ଲାଗିଲାଣି । ଦିନର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିସାରିଲାଣି । ଯାହାଫଳରେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡିଲାଣି । ଏପରି ମୁଣ୍ଡଫଟା ଖରା ଓ ଅସହ୍ୟ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଘରେ ଏସିର ବ୍ୟବହାର ପୂର୍ବ ଅପେକ୍ଷା ଅଧିକ ବଢ଼ିଯାଇଛି । ଅବଶ୍ୟ ଏସି ଚଲାଇବା କାରଣରୁ ବିଦ୍ୟୁତ୍ ବିଲ୍ ଲୋକଙ୍କୁ ଡରାଇପାରେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ବିଜୁଳି ବଞ୍ଚାଇବାର କିଛି ଟିପ୍ସ କହିବାକୁ ଯାଉଛୁ, ଯାହାର ବ୍ୟବହାର କରି ଆପଣ ହଜାର ହଜାର ଟଙ୍କା ବଞ୍ଚାଇପାରିବେ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯେତେବେଳେ ଆପଣ ଏସିକୁ ଅନ୍ କରନ୍ତି, ସେହି ରୁମର ଝରକା ଏବଂ କବାଟ ବନ୍ଦ କରନ୍ତୁ । ଏହା କରିବା ପରେ ଏସିର ଥଣ୍ଡା ବାହାରକୁ ଯିବ ନାହିଁ ଏବଂ ରୁମ୍ ଶୀଘ୍ର ଥଣ୍ଡା ହେବା ଆରମ୍ଭ କରିବ । ଏହି ଟ୍ରିକ୍ ଦ୍ୱାରା ଏସି କଂପ୍ରେସର ଉପରେ ଚାପ କମ୍‌ ପଡିଥାଏ ଏବଂ ମାସିକ ବିଦ୍ୟୁତ୍ ବିଲ୍ ମଧ୍ୟ ହ୍ରାସ ହୋଇଥାଏ ।

ଏସିକୁ ସ୍ଲିପ୍ ମୋଡରେ ରଖନ୍ତୁ

ଯେତେବେଳେ ବି ଆପଣ ଏସି ବ୍ୟବହାର କରନ୍ତି, ଏହାକୁ ସ୍ଲିପ୍ ମୋଡରେ ରଖିବାକୁ ଭୁଲନ୍ତୁ ନାହିଁ । ଏହା କରିବା ଦ୍ୱାରା ଏସି, ରୁମର ତାପମାତ୍ରା ଏବଂ ଆର୍ଦ୍ରତାକୁ ନିଜ ହିସାବରେ ସଜାଡ଼ିବା ଆରମ୍ଭ କରେ । କୁହାଯାଏ ଯେ ଏହି ମାପ ଦ୍ୱାରା ବିଦ୍ୟୁତ୍ ବିଲରେ ୩୬ ପ୍ରତିଶତ ପର୍ଯ୍ୟନ୍ତ ସଞ୍ଚୟ ହୋଇପାରିବ ।

ଏସି ଟେମ୍ପରେଚରକୁ ନର୍ମାଲ ରଖନ୍ତୁ

ଆପଣ ଯେତେବେଳେ ବି ରୁମରେ ଏସି ଚଲାଇବେ ତାହେଲେ ତାର ଟେମ୍ପରେଚରକୁ କେବେବି ୧୬ କିମ୍ବା ୧୮ ରେ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା, ଏସି କମ୍ପ୍ରେସର ଉପରେ ଅଧିକ ଚାପ ପଡ଼ିଥାଏ ଏବଂ ଏହି କାରଣରୁ ଶକ୍ତି ବ୍ୟବହାର ବୃଦ୍ଧି ପାଇବାରେ ଲାଗିଥାଏ । ଯଦି ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ) କୁ ମାନିବା, ତେବେ ମାନବ ଶରୀରର ହାରାହାରି ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ୍ । ତେଣୁ ଆମେ ଏସିର ତାପମାତ୍ରାକୁ ୨୪ ରୁ ୨୮ ଡିଗ୍ରୀ ସେଲସିୟସ ଭିତରେ ସେଟ୍ କରି ଶୋଇବା ଉଚିତ୍ ।

ଏସି ସହିତ ଧିମା ସ୍ପିଡରେ ଚଲାନ୍ତୁ ଫ୍ୟାନ୍

ରୁମରେ ଏସି ଚଲାଇବା ପରେ ଧୀର ଗତିରେ ଫ୍ୟାନ୍ ଚଲାଇବାକୁ ଭୁଲନ୍ତୁ ନାହିଁ । ଫ୍ୟାନର ପବନ ଧୀରେ ଧୀରେ ସମଗ୍ର ରୁମରେ ଏହାର ଶୀତଳତା ବିସ୍ତାର କରିବାକୁ ଲାଗେ, ଯେଉଁ କାରଣରୁ କମ୍ ସମୟ ମଧ୍ୟରେ ରୁମଟି ସମ୍ପୂର୍ଣ୍ଣ ଥଣ୍ଡା ହୋଇଯାଏ । ଏହି ଉପାୟ ରୁମର ଶୀତଳତାକୁ ବଜାୟ ରଖିବା ସହ ବିଜୁଳି ବିଲକୁ ମଧ୍ୟ କମ୍‌ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.