Whatsapp ଆଣିଲା ନୂଆ ଫିଚର, ଡିଲିଟ ହୋଇଥିବା ମେସେଜକୁ ପଢିପାରିବେ ୟୁଜର

ନୂଆ ଫିଚର ନେଇକି ଆସିଛି ଇନଷ୍ଟାଣ୍ଡ ମେସେଜିଂ ଆପ ହ୍ଵାଟସଆପ। ଏହି ଫିଚରର ନା ରହିଛି କିପ୍‌ ଇନ ଚାଟ୍‌ । ଡିଲିଟ ହୋଇଯାଇଥିବା ମେସେଜକୁ ପୁଣିଥିରେ ଫେରି ପାଇପରିବେ ୟୁଜର । ଏହାସହ ଟେକ୍ସଟ୍‌ ମେସେଜକୁ ହୋଲ୍ଡ କରି ରଖିପାରିବେ ।

କେନ୍ୟୁଜ୍‌(ବ୍ୟୁରୋ): ଇନଷ୍ଟାଣ୍ଡ ମେସେଜିଂ ଆପ ହ୍ଵାଟସଆପ ଏହାର ୟୁଜର ମାନଙ୍କ ପାଇଁ ଏକ ନୂଆ ଫିଚର ନେଇକି ଆସିଛି । ଏହି ଫିଚରର ନା ରହିଛି କିପ୍‌ ଇନ ଚାଟ୍‌ । ଏହି ଫିଚର ବଳରେ ଡିଲିଟ ହୋଇଯାଇଥିବା ମେସେଜକୁ ପୁଣିଥିରେ ଫେରି ପାଇପରିବେ ୟୁଜର । ଏହାସହ ଟେକ୍ସଟ୍‌ ମେସେଜକୁ ହୋଲ୍ଡ କରି ରଖିପାରିବେ । ଯାହାକୁ ପରବର୍ତ୍ତୀ ସମୟରେ ବ୍ୟବହାର କରି ପାରିବେ । କିନ୍ତୁ ସେଣ୍ଡର ବା ମେସେଜ ପଠାଇଥିବା ବ୍ୟକ୍ତିଙ୍କ ନିଷ୍ପତି ଉପରେ ନିର୍ଭର କରେ ।

ଏହି ଫିଚର ଅନୁଯାୟୀ ଯଦି ଜଣେ ୟୁଜର ଡିଲିଟ ହୋଇଥିବା ମେସେଜକୁ ରଖିବାକୁ ଚାହିଁବେ ସେଣ୍ଡରଙ୍କୁ ଏହାର ଏକ ନୋଟିଫିକେସନ ଯିବ । ସେଣ୍ଡର ଅନୁମତି ଦେଲା ପରେ ଯାଇ ଏହି ମେସେଜ ସେଭ୍‌ ହୋଇ ରହିପାରିବ । ସେଣ୍ଡର ଯଦି ଏଥିପାଇଁ ଅନୁମତି ଦେବେନାହିଁ ଏହି ମେସେଜକୁ କେହି ରଖିପାରିବେ ନାହିଁ । ଟାଇମର ସରିଗଲା ପରେ ମେସେଜ ଆପେ ଆପେ ଡିଲିଟ ହୋଇଯିବ । ଏହିପରି ଭାବେ ସେଣ୍ଡର ତାଙ୍କ ପଠାଇଥିବା ମେସେଜକୁ ସୁରକ୍ଷିତ ରଖିପାରିବେ ।

ଯଦି ସେଣ୍ଡର ଏଥିପାଇଁ ଅନୁମତି ଦେଉଛନ୍ତି ମେସେଜକୁ ୟୁଜର ଦେଖିପାରିବେ । ଏହି ଚାଟ କିପ୍‌ ମେସେଜ ଫୋଲ୍ଡରରେ ଯାଇ ସେଭ୍‌ ହୋଇ ରହିଯିବ । ଏକ ବୁକମାର୍କ ଆଇକନ ଜରିଆରେ ଏହା ଦେଖାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.