AIIMS ପାଟନାରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଭର୍ତ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସସେ ପାଟନା ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲିପଡିଛି ।

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସସେ ପାଟନା ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁସାରେ ଅନେକ ପଦବୀରେ ଭର୍ତ୍ତି କରାଯିବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ aiimspatna.edu.in କୁ ଯାଇ ଆବେଦନ କରିପାରିବେ । ଭର୍ତ୍ତି ପାଇଁ ଆବେଦନ କରିବାର ତାରିଖ ଆରମ୍ଭ ହୋଇସାରିଛି । ଆଉ ଆବେଦନ କରିବାର ଶେଷ ତାରିଖ ୭ ଅକ୍ଟୋବର ୨୦୨୩ ରହିଛି ।

ପଦବୀ ବିବରଣୀ : ୯୩

ପ୍ରଫେସର : ୩୩
ଆଡିସନାଲ ପ୍ରଫେସର : ୧୮
ଆସୋସିଏଟ୍‌ ପ୍ରଫେସର : ୨୨
ଆସିଷ୍ଟାଣ୍ଟ ପ୍ରଫେସର : ୨୦

ବୟସ ସୀମା : ନୋଟିଫିକେସନ ମୁତାବକ, ଏହି ଅଭିଯାନ ପାଇଁ ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଆସୋସିଏଟ ପ୍ରଫେସର ପଦବୀ ପାଇଁ ସର୍ବାଧିକ ବୟସ ୫୦ ବର୍ଷ ରହିଥିବା ବେଳେ ଅନ୍ୟ ପଦବୀ ପାଇଁ ସର୍ବାଧିକ ପଦବୀ ୫୮ ବର୍ଷ ରହିଛି । ସଂରକ୍ଷିତ ବର୍ଗଙ୍କ ପାଇଁ ସରକାରୀ ନିୟମାନୁସାରେ ବୟସ ସୀମାରେ ଛାଡ୍‌ ମିଳିବ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ, ଓବିସି ପ୍ରାର୍ଥୀ ୨୦୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀ ୧୨୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.