Below header

ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ଜୀବନ

ହଠାତ୍ ରାସ୍ତାରେ ଯାଉଥିବା ସମୟରେ ହିଁ ଘଟିଛି ଏଭଳି ଘଟଣା । କାର୍ ଟି ଭୁବନେଶ୍ୱର ରୁ ଭଂଜନଗର ଅଭିମୁଖେ ଯାଉଥିବା ବେଳେ ଅଗ୍ନିକାଣ୍ଡର ଶିକାର ହୋଇଥିଲା । ହଠାତ୍ କିଏ କିଛି ବୁଝିପାରିନଥିଲେ କଣ ଘଟୁଛି । ଗାଡିକୁ ପ୍ରଥମେ ଧୂଆଁ ବାହାରିଥିଲା ଏବଂ ତାପରେ ହଠାତ୍ ନିଆଁ ଲାଗିଯାଇଥିଲା ।

ଭଞ୍ଜନଗର(କେନ୍ୟୁଜ୍): ବାପ୍ ରେ କି ନିଆଁ । ବିଚ୍ ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା କାର୍ । ନିଆଁର ଦାଉ ଦେଖିଲେ ଯେକେହିବି ଅନୁମାନ କରିପାରୁବ କଣ ଅବସ୍ଥା ହୋଇଥିବ ସେଥିରେ ବସିଥିବା ଯାତ୍ରୀମାନଙ୍କର । ଏଭଳି ଅଘଟଣକୁ ଏଡାଇବା ଭାରି ମୁସ୍କିଲ୍ । ତେବେ ରାସ୍ତାରେ ଯାଉଥିବା ଚଳନ୍ତା କାର୍ ରେ ନିଆଁ ଲାଗିଯିବା ପରେ କଣ ଘଟିଛି ତାହା ନିହାତୀ ଜାଣିବାକୁ ଉତ୍ପର ହେବେଣି ଆପଣ । ତେବେ ସୂଚନା ମୁତାବକ, ଏଭଳି ଏକ ଅଘଟଣ ଘଟିଛି ଗଞ୍ଜାମ–ନୟାଗଡ଼ ସୀମାନ୍ତ ଗଞ୍ଜାମ ଜିଲ୍ଲା ପଞ୍ଚଭୂତି ନିକଟରେ।

ହଠାତ୍ ରାସ୍ତାରେ ଯାଉଥିବା ସମୟରେ ହିଁ ଘଟିଛି ଏଭଳି ଘଟଣା । କାର୍ ଟି ଭୁବନେଶ୍ୱର ରୁ ଭଂଜନଗର ଅଭିମୁଖେ ଯାଉଥିବା ବେଳେ ଅଗ୍ନିକାଣ୍ଡର ଶିକାର ହୋଇଥିଲା । ହଠାତ୍ କିଏ କିଛି ବୁଝିପାରିନଥିଲେ କଣ ଘଟୁଛି । ଗାଡିକୁ ପ୍ରଥମେ ଧୂଆଁ ବାହାରିଥିଲା ଏବଂ ତାପରେ ହଠାତ୍ ନିଆଁ ଲାଗିଯାଇଥିଲା । ସୂଚନା ପ୍ରକାରେ ଚଳନ୍ତା କାର୍ ରେ ହଠାତ୍ ନିଆଁ ଲାଗିଯିବାରୁ, ଡ୍ରାଇଭର ଜଣକ କାର୍ କୁ ରାସ୍ତା ଉପରେ ହିଁ ରଖିଦେଇଥିଲେ । ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଡ୍ରାଇଭର ନିଜେ ଗାଡିରୁ ବାହାରି ସହିତ ଜଣକ ସେଥିରେ ବସିଥିବା ଯାତ୍ରୀ ମାନଙ୍କୁ ମଧ୍ୟ ଓହ୍ଲାଇ ଦେଇଥିଲେ ।

ସଭିଏଁ ଗାଡିରୁ ଓହ୍ଲାଇବା ପରେ ନିଆଁ ପ୍ରକୋପ ଧିରେ ଧିରେ ବାକୁ ଲାଗିଥିଲା । ଯାହାର ଭିଜୁଆଲ୍ ଆପଣମାନେ ଦେଖିପାରୁଥିବେ । ତେବେ ରାସ୍ତା ଉପରେ ଚଳନ୍ତା ଗାଡି ନିଆଁ ଲାଗିଥିବା ଖବର ପାଇ ତୁରନ୍ତ ଘଟରାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି, ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । କିଛି ସମୟ ଭିତରେ ଅଗ୍ନିଶମ ବାହିନୀ ନିଆଁକୁ ଅଆୟତ କରିବାରେ ସଫଳ ହୋଇଥିଲା ।

ତେବେ ଏଥିରେ ବସିଥିବା ଯାତ୍ରୀ ଓଏବଂ ଡ଼୍ରାଇଭରଙ୍କ କୌଣସି ବି କ୍ଷତି ହୋଇନାହିଁ । କାର୍ ଟି ଭଞ୍ଜନଗର ଅଞ୍ଚଳର ବୋଲି , ଅନୁମାନ କରାଯାଉଛି । ତେବେ କେଉଁ ପରିସ୍ଥିତିରେ କାର୍ ରେ ନିଆଁ ଲାଗିଲା , ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ଏଭଳି ଏକ ବଡ ଅଘଟଣରୁ ଗାଡିରେ ବସିଥିବା ଯାତ୍ରୀ ଏବଂ ଡ୍ରାଇଭର ଭଗବାନଙ୍କ ଆର୍ଶିବାଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.