B.com କିମ୍ବା M.com କରିଥିବା ଯୁବପିଢି ତୁରନ୍ତ କରନ୍ତୁ ଆବେଦନ, ୬୫୭୦ ପଦବୀ ପଡିଛି ଖାଲି

ବିହାର ଗ୍ରାମ ସ୍ୱରାଜ ଯୋଜନା ସୋସାଇଟିରେ ଆକାଉଣ୍ଟାଣ୍ଟ ସମେତ ଆଇଟି ସହାୟକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ୧୫ ଏପ୍ରିଲ ୨୦୨୪ରୁ ଆରମ୍ଭ ହୋଇ ୧୪ ମଇ ୨୦୨୪ ପର୍ଯ୍ୟନ୍ତ ଚାଲିବ ।

B.com କିମ୍ବା M.com କରିଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ବିହାର ଗ୍ରାମ ସ୍ୱରାଜ ଯୋଜନା ସୋସାଇଟିରେ ଆକାଉଣ୍ଟାଣ୍ଟ ସମେତ ଆଇଟି ସହାୟକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ୧୫ ଏପ୍ରିଲ ୨୦୨୪ରୁ ଆରମ୍ଭ ହୋଇ ୧୪ ମଇ ୨୦୨୪ ପର୍ଯ୍ୟନ୍ତ ଚାଲିବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୬୫୭୦

ପୁରୁଷ: ୪୨୭୦
ମହିଳା: ୨୩୦୦

ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ୧୫ ଏପ୍ରିଲ ୨୦୨୪ରୁ ଆରମ୍ଭ ହୋଇ ୧୪ ମଇ ୨୦୨୪ ପର୍ଯ୍ୟନ୍ତ ଚାଲିବ ।

ଶିକ୍ଷାଗତ ଯୋଗ୍ୟତା : ଜାରି ହୋଇଥିବା ନୋଟିଫିକେସନ ମୁତାବକ, ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବି.କମ୍‌/ଏମ.କମ୍‌/ସିଏ ଇଣ୍ଟର କିମ୍ବା ଡିଗ୍ରୀ କରିଥିବା ଜରୁରୀ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ state.bihar.gov.in କୁ ଯାଆନ୍ତୁ ।
ବିହାର ଆକାଉଣ୍ଟାଣ୍ଟ ଆଇଟି ଆସିଷ୍ଟାଣ୍ଟ ଭର୍ତ୍ତି ୨୦୨୪ ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ୍‌ କରନ୍ତୁ ।
ନାମ, ଫୋନ ନମ୍ବର ଏବଂ ଇମେଲ ଆଇଡି ରେଜିଷ୍ଟ୍ରେସନ କରନ୍ତୁ ।
ଏହାପରେ ଫର୍ମ ସବମିଟ୍‌ କରନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.