ଖସି ପଡ଼ିଲା କାନ୍ଥ : ଚାପି ହୋଇ ଚାଲିଗଲା ପୁଅର ଜୀବନ, ବାପା ମାଆ ଗୁରୁତର

ଖସି ପଡ଼ିଲା କାନ୍ଥ । ରାସ୍ତା ପାଖରେ ବସି ଥିବା ବେଳେ ମାଟି କାନ୍ଥ ଖସିପଡ଼ିଲା । ଘଟଣାସ୍ଥଳରେ ଚାପି ହୋଇ ଚାଲିଗଲା ପୁଅର ଜୀବନ । ବାପା ମାଆ ଗୁରୁତର ହୋଇଛନ୍ତି ।

ଜଳେଶ୍ବର : ଖସି ପଡ଼ିଲା କାନ୍ଥ । ରାସ୍ତା ପାଖରେ ବସି ଥିବା ବେଳେ ମାଟି କାନ୍ଥ ଖସିପଡ଼ିଲା । ଘଟଣାସ୍ଥଳରେ ଚାପି ହୋଇ ଚାଲିଗଲା ପୁଅର ଜୀବନ । ବାପା ମାଆ ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ପଶ୍ଚିମବାର୍ଡ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଶେଖ ସମିରୁଦ୍ଦିନଙ୍କ ପୁଅଶେଖ ଆରିଫ ।

ସମିରୁଦ୍ଦିନ ଓ ତାଙ୍କ ପତ୍ନୀ ଅସୀମା ବିବିଙ୍କୁ ପ୍ରଥମେ ଜଳେଶ୍ବର ହସ୍ପିଟାଲ ଓ ପରେ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି ।ମୃତାହତମାନେ ଘର ପାଖ ରାସ୍ତା କଡ଼ରେ ବସିଥିବା ବେଳେ ପଡୋଶୀ ଘରର ମାଟି କାନ୍ଥ ହଠାତ୍ ଧସିଥିଲା । ଚିତ୍କାର ଶୁଣି ସ୍ଥାନୀୟ ଲୋକ ସେମାନଙ୍କୁ ମାଟି ଭିତରୁ ଉଦ୍ଧାର କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.