ଦମଦାର ଡ଼ିସକାଉଣ୍ଟ ସହ ମିଳୁଛି Motorola Razr 40 Ultra, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ମୋଟରୋଲାର ଷ୍ଟାଇଲିସ୍ ଫୋନ୍ Motorola Razr 40 Ultra ଏବେ ସବୁଠୁ ଶସ୍ତା ମୂଲ୍ୟରେ ମିଳୁଛି । ଆମାଜନର ମୋଟୋ ଡେ ସେଲରେ ଆପଣ ଏହି ଫୋନକୁ ଭାରୀ ଡିସକାଉଣ୍ଟ ସହିତ କିଣିପାରିବ । ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲୁଥିବା ସେଲରେ ଏହି ଫୋନ କିଣିଲେ ୩୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମଧ୍ୟ ପାଇପାରିବ ।

ଆମାଜନ ସେଲରେ ଦମଦାର ଡ଼ିସକାଉଣ୍ଟ ଅଫର ସହ ମିଳୁଛି ମୋଟରୋଲା ଫୋନ । ଆପଣ ଏହାକୁ ୩୫୦୦ ଟଙ୍କା କ୍ୟାସବ୍ୟାକ୍ ସହିତ ସେଲରେ କିଣି ପାରିବେ । ଏହାସହ ଏକ୍ସଚେଞ୍ଜ ଅଫର ମଧ୍ୟ ଉପଲବ୍ଧ । ମୋଟରୋଲାର ଷ୍ଟାଇଲିସ୍ ଫୋନ୍ Motorola Razr 40 Ultra ଏବେ ସବୁଠୁ ଶସ୍ତା ମୂଲ୍ୟରେ ମିଳୁଛି । ଆମାଜନର ମୋଟୋ ଡେ ସେଲରେ ଆପଣ ଏହି ଫୋନକୁ ଭାରୀ ଡିସକାଉଣ୍ଟ ସହିତ କିଣିପାରିବ । ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲୁଥିବା ସେଲରେ ଏହି ଫୋନ କିଣିଲେ ୩୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମଧ୍ୟ ପାଇପାରିବ ।

୮ GB RAM ଏବଂ ୨୫୬ GB ଷ୍ଟୋରେଜ୍ ଭାରିଆଣ୍ଟ ସହିତ Motorola Razr 40 Ultra ପିଚ୍ କଲର ଅପ୍ସନରେ ଆସିଥାଏ, ଯାହାର ଦାମ ୬୯,୯୯୯ ଟଙ୍କା । ଆମାଜନର ଏହି ସେଲରେ, ଆପଣ ଏହାକୁ ୩୫୦୦ ଟଙ୍କା କ୍ୟାସବ୍ୟାକ୍ ସହିତ କିଣି ପାରିବେ । କମ୍ପାନୀ ଏହି ମୋଟରୋଲା ଫୋନରେ ୨୭,୫୫୦ ଟଙ୍କା ପର୍ଯ୍ୟନ୍ତ ଏକ ଏକ୍ସଚେଞ୍ଜ ବୋନସ୍ ମଧ୍ୟ ଦେଉଛି । କିନ୍ତୁ ମନେରଖନ୍ତୁ ଯେ ଏକ୍ସଚେଞ୍ଜରେ ମିଳୁଥିବା ଏକ୍ସଟ୍ରା ଡିସକାଉଣ୍ଟ ଆପଣଙ୍କ ପୁରୁଣା ଫୋନର କଣ୍ଡିସନ, ବ୍ରାଣ୍ଡ ଏବଂ କମ୍ପାନୀର ଏକ୍ସଚେଞ୍ଜ ଅଫର ଉପରେ ନିର୍ଭର କରିବ ।

Motorola Razr 40 Ultra ରେ, କମ୍ପାନୀ 6.9-ଇଞ୍ଚର pOLED ଡିସପ୍ଲେ ପ୍ରଦାନ କରେ, ଯାହା 144hz ଏବଂ 165hz ର ରିଫ୍ରେସ ରେଟକୁ ସପୋର୍ଟ କରେ । କମ୍ପାନୀ ବେସ ମଡେଲରେ 1.47 ଇଞ୍ଚ OLED କଭର ଡିସପ୍ଲେ ଏବଂ ଟପ୍ ମଡେଲରେ 3.6 ଇଞ୍ଚ କଭର ଡିସପ୍ଲେ ପ୍ରଦାନ କରେ । ପ୍ରୋସେସର୍ ବିଷୟରେ କହିବାକୁ ଗଲେ, ଏହି ଫୋନରେ ଟପ୍ ମଡେଲରେ Snapdragon 8+ Gen 1 ଚିପସେଟ ଏବଂ ବେସ ମଡେଲରେ Qualcomm Snapdragon 7 Gen 1 SoCର ସପୋର୍ଟ ମିଳିଥାଏ ।

Motorola Razr 40 12 ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା, 13 ମେଗାପିକ୍ସେଲ ଅଲଟ୍ରା ୱାଇଡ୍ ଆଙ୍ଗଲ୍ କ୍ୟାମେରା ସହିତ ମିଳିଥାଏ । ଏହା ବ୍ୟତୀତ Motorola Razr 40 Ultra ରେ ତିନୋଟି କଲର ଅପ୍ସନ ରହିଛି, ଯେଉଁଥିରେ ସେଜ୍ ଗ୍ରୀନ୍, ସମର ଲିଲାକ୍ ଏବଂ ଭାନିଲା କ୍ରିମ୍ କଲର ଅନ୍ତର୍ଭୁକ୍ତ । ଏହା ବ୍ୟତୀତ 40 ଅଲ୍ଟ୍ରା ରେ ମେଜଣ୍ଟା, ବ୍ଲାକ୍ ଏବଂ ପିଚ୍ ବଜ୍ କଲରରେ ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.