ଏଥର ଅମରନାଥ ଯାତ୍ରାରେ ମିଳିବ 5G ନେଟୱାର୍କ ସୁବିଧା, ଜାଣନ୍ତୁ କେବେ ହେଉଛି ଆରମ୍ଭ

ପାଣିପାଗ ବିଷୟରେ କହିବାକୁ ଗଲେ ଏଥର ଅମରନାଥରେ ତୁଷାରପାତ ବିଳମ୍ବରେ ଆରମ୍ଭ ହୋଇଥିଲା ଯାହାକି ଏବେବି ଜାରି ରହିଛି । ରିପୋର୍ଟ ଅନୁଯାୟୀ ଗୁମ୍ଫା ଅଞ୍ଚଳରେ ୧୦ ଫୁଟରୁ ଅଧିକ ବରଫ ରହିଛି । ଏଭଳି ପରିସ୍ଥିତିରେ ବରଫକୁ ଧ୍ୟାନରେ ରଖି ଯାତ୍ରା ମାର୍ଗ ପ୍ରସ୍ତୁତ କରାଯାଉଛି ।

ମହାଦେବଙ୍କ ଭକ୍ତମାନେ ପ୍ରତିବର୍ଷ ଅମରନାଥ ଯାତ୍ରା ପାଇଁ ଅପେକ୍ଷା କରିଥାନ୍ତି । ଭକ୍ତମାନେ ମହାଦେବଙ୍କ ଦର୍ଶନ ପାଇବା ପାଇଁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥାନ୍ତି । ଚଳିତ ବର୍ଷ ଅମରନାଥ ଯାତ୍ରା ୨୯ ଜୁନ୍ ରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ଅମରନାଥ ଯାତ୍ରା ପ୍ରାୟ ୫୨ ଦିନ ଧରି ଚାଲିବ । ଗତ ବର୍ଷ ବିଷୟରେ କହିବାକୁ ଗଲେ ଏହି ଯାତ୍ରା ଜୁଲାଇ ୧ ରୁ ଆରମ୍ଭ ହୋଇ ୬୦ ଦିନ ପର୍ଯ୍ୟନ୍ତ ଚାଲିଥିଲା । ଚଳିତ ବର୍ଷର ଯାତ୍ରା ପାଇଁ ସାଇନ୍‌ ବୋର୍ଡ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଆସନ୍ତୁ ଜାଣିବା ମହାଦେବଙ୍କ ଭକ୍ତମାନେ ଏହି ବର୍ଷ କେଉଁ ସବୁ ସୁବିଧା ପାଇବେ ।

ପାଣିପାଗ ବିଷୟରେ କହିବାକୁ ଗଲେ ଏଥର ଅମରନାଥରେ ତୁଷାରପାତ ବିଳମ୍ବରେ ଆରମ୍ଭ ହୋଇଥିଲା ଯାହାକି ଏବେବି ଜାରି ରହିଛି । ରିପୋର୍ଟ ଅନୁଯାୟୀ ଗୁମ୍ଫା ଅଞ୍ଚଳରେ ୧୦ ଫୁଟରୁ ଅଧିକ ବରଫ ରହିଛି । ଏଭଳି ପରିସ୍ଥିତିରେ ବରଫକୁ ଧ୍ୟାନରେ ରଖି ଯାତ୍ରା ମାର୍ଗ ପ୍ରସ୍ତୁତ କରାଯାଉଛି । ଗତ ଥର ୪.୫୦ ଲକ୍ଷ ଭକ୍ତ ଏଠାକୁ ଆସିଥିଲେ କିନ୍ତୁ ଚଳିତ ବର୍ଷ ୬ ଲକ୍ଷ ଭକ୍ତଙ୍କୁ ଦୃଷ୍ଟିରେ ଏହି ଯାତ୍ରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ।

ପ୍ରଥମ ଥର ପାଇଁ ଅମରନାଥ ଯାତ୍ରାର ଉଭୟ ମାର୍ଗରେ ଭକ୍ତମାନଙ୍କୁ 5G ନେଟୱାର୍କ ସୁବିଧା ଯୋଗାଇ ଦିଆଯିବ । ରାସ୍ତାରେ ପ୍ରାୟ ୧୦ ଟି ମୋବାଇଲ୍ ନେଟୱାର୍କ ଲଗାଯିବ । ଏହା ବ୍ୟତୀତ ୨୪ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଉଛି ।

ଅମରଯାତ୍ରାରେ ଭକ୍ତଙ୍କ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ପ୍ରତି ସମ୍ପୂର୍ଣ୍ଣ ଯତ୍ନ ନିଆଯିବ । ବରଫ ତରଳିବା ମାତ୍ରେ ରାସ୍ତା ମରାମତି କରାଯିବ । ରାସ୍ତା କୁ ୧୪ ଫୁଟ ପର୍ଯ୍ୟନ୍ତ ପ୍ରଶସ୍ତ କରାଯିବ । ସୂଚନା ଥାଉ କି ପହଲଗାମରୁ ଗୁମ୍ଫା ପର୍ଯ୍ୟନ୍ତ ୪୬ କିଲୋମିଟର ଲମ୍ବା ରାସ୍ତାଟି କେବଳ ୩ରୁ ୪ ଫୁଟ୍‌ ପର୍ଯ୍ୟନ୍ତ ପ୍ରଶସ୍ତ ଥିଲା ଏବଂ ବାଲଟାଲର ରାସ୍ତା ମାତ୍ର ୨ ଫୁଟ ପ୍ରଶସ୍ତ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.