ରାଜଧାନୀର ଏକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭାଉଛି ୩୪ଟି ଦମକଳ ଗାଡି

ଦିଲ୍ଲୀର ଅଲୀପୁର ଅଞ୍ଚଳରେ ବୁଦ୍ଧପୁରର ଏକ ଫ୍ୟାକ୍ଟ୍ରିରେ ଅଚାନକ ନିଆଁ ଲାଗିଥିବା ନେଇ ଆଜି ସକାଳ ୬.୧୫ରେ ଖବର ମିଳିଥିଲା । ଏହାପରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଘଟଣାସ୍ଥଳରେ ୩୪ଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ହୋଇଛନ୍ତି । ତେବେ ଏକ ତେଲ ଏବଂ ହ୍ୱିଲପୁର୍ଲ ଗୋଦାମରେ ଏହି ନିଆଁ ଲାଗିଥିବା ଜାଣିବାକୁ ମିଳିଛି ।

ଦିଲ୍ଲୀର ବୁଦ୍ଧପୁର ଅଲୀପୁର ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ସ୍ଥାନୀୟ ଏକ ଫ୍ୟାକ୍ଟ୍ରିରେ ଭୀଷଣ ନିଆଁ ଲାଗିଯିବାରୁ ପରିସ୍ଥିତି ଅଣାୟତ୍ତ ହୋଇଛି । ଘଟଣାସ୍ଥଳରେ ପ୍ରାୟ ୩୪ଟି ଦମକଳ ଗାଡ଼ି ପହଞ୍ଚିଥିବା ବେଳେ ନିଆଁକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆୟତ୍ତ କରାଯାଇ ପାରିନାହିଁ । ତେବେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ନିଆଁ ଲାଗିବାର କାରଣ ଜଣା ପଡ଼ିନାହିଁ କିମ୍ବା ଏଥିରେ କ୍ଷୟକ୍ଷତି ବିଷୟରେ ମଧ୍ୟ ଆକଳନ ହୋଇନାହିଁ ।

ପୋଲିସ କହିବା ମୁତାବକ, ଅଲୀପୁର ଅଞ୍ଚଳରେ ବୁଦ୍ଧପୁରର ଏକ ଫ୍ୟାକ୍ଟ୍ରିରେ ଅଚାନକ ନିଆଁ ଲାଗିଥିବା ନେଇ ଆଜି ସକାଳ ୬.୧୫ରେ ଖବର ମିଳିଥିଲା । ଏହାପରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଘଟଣାସ୍ଥଳରେ ୩୪ଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ହୋଇଛନ୍ତି । ତେବେ ଏକ ତେଲ ଏବଂ ହ୍ୱିଲପୁର୍ଲ ଗୋଦାମରେ ଏହି ନିଆଁ ଲାଗିଥିବା ଜାଣିବାକୁ ମିଳିଛି । ୩୪ଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି । ଏହାସହିତ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ଖବର ମଧ୍ୟ ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.