ହିମାଚଳ ପ୍ରଦେଶ ମଣ୍ଡିରୁ କଙ୍ଗନା ରାଣାୱତଙ୍କୁ ମିଳିଲା ବିଜେପି ପାର୍ଟି ଟିକେଟ, ଅଭିନୟ ପରେ ଏବେ ରାଜନୀତିରେ କରିବେ ଏଣ୍ଟ୍ରି

କଙ୍ଗନାଙ୍କ ନାମ ସେହି ଅଭିନେତ୍ରୀମାନଙ୍କ ଲିଷ୍ଟରେ ରହିଛନ୍ତି,ଯେଉଁମାନେ କେବଳ ସେମାନଙ୍କ ଅଭିନୟ ପାଇଁ ନୁହେଁ ବରଂ ସେମାନଙ୍କ ପର୍ସନାଲ ଲାଇଫ୍‌ ପାଇଁ ମଧ୍ୟ ଚର୍ଚ୍ଚା ରହିଛନ୍ତି । ଏହା ସହ ଫ୍ୟାନ୍ସ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରନ୍ତି । ଏପରି ଭାବେ ପ୍ରଶଂସକଙ୍କ ସହ କଙ୍ଗନା ନିଜେ ମଧ୍ୟ ତାଙ୍କର ଏହି ନିୟୁ ଜର୍ଣ୍ଣି ଆରମ୍ଭକୁ ନେଇ ବହୁତ ଖୁସି ଅଛନ୍ତି । ନିକଟରେ ବିଜେପିରୁ ଟିକେଟ ପାଇବା ପରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ଗତ କିଛି ଦିନ ହେବ ନିର୍ବାଚନ ପାଇଁ ଅଭିନେତ୍ରୀ କଙ୍ଗନା ରାଣାୱତ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ହିମାଚଳ ପ୍ରଦେଶର ମଣ୍ଡିରୁ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବିଜେପି ଟିକେଟ ଦିଆଯାଇଛି । ତେବେ ‘ଫ୍ୟାଶନ୍’, ‘କୁଇନ’ ଏବଂ ‘ତନୁ ୱେଡ୍ ମନୁ ରିଟର୍ନ’ ଏବଂ ‘ମାଣିକର୍ଣ୍ଣିକା’ ଭଳି ଫିଲ୍ମରେ ଅଭିନୟ କରି ଲୋକଙ୍କ ମନ ଜିତିଥିବା କଙ୍ଗନା ବର୍ତ୍ତମାନ ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ତେବେ କଙ୍ଗନାଙ୍କ ନାମ ସେହି ଅଭିନେତ୍ରୀମାନଙ୍କ ଲିଷ୍ଟରେ ରହିଛନ୍ତି,ଯେଉଁମାନେ କେବଳ ସେମାନଙ୍କ ଅଭିନୟ ପାଇଁ ନୁହେଁ ବରଂ ସେମାନଙ୍କ ପର୍ସନାଲ ଲାଇଫ୍‌ ପାଇଁ ମଧ୍ୟ ଚର୍ଚ୍ଚା ରହିଛନ୍ତି । ଏହା ସହ ଫ୍ୟାନ୍ସ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରନ୍ତି । ଏପରି ଭାବେ ପ୍ରଶଂସକଙ୍କ ସହ କଙ୍ଗନା ନିଜେ ମଧ୍ୟ ତାଙ୍କର ଏହି ନିୟୁ ଜର୍ଣ୍ଣି ଆରମ୍ଭକୁ ନେଇ ବହୁତ ଖୁସି ଅଛନ୍ତି । ନିକଟରେ ବିଜେପିରୁ ଟିକେଟ ପାଇବା ପରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜର ପ୍ରତିକ୍ରିୟା ଦେଇଛନ୍ତି ।

କଙ୍ଗନା ତାଙ୍କ ଇନଷ୍ଟାରେ ଏହି ପୋଷ୍ଟ ସେୟାର କରିବାବେଳେ ଲେଖିଛନ୍ତି, ମୋର ପ୍ରିୟ ଭାରତ ଏବଂ ଭାରତୀୟ ଜନତା ପାର୍ଟି, ମୋର ସର୍ବଦା ସମର୍ଥନ ରହିଛି, ଆଜି ବିଜେପିର ଜାତୀୟ ନେତୃତ୍ୱ ମୋତେ ଆମନ୍ତ୍ରଣ କରିଛନ୍ତି । ତେବେ ବିଜେପି ମୋର ଜନ୍ମସ୍ଥାନ ହିମାଚଳ ପ୍ରଦେଶ, ମାଣ୍ଡି ନିର୍ବାଚନମଣ୍ଡଳୀରୁ ତାଙ୍କର ଲୋକସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହାଇକମାଣ୍ଡର ନିଷ୍ପତ୍ତିକୁ ମୁଁ ଅନୁସରଣ କରୁଛି । ଏହା ସହିତ କଙ୍ଗନା ଟିକେଟ୍ ପାଇବାରେ ଖୁସି ବ୍ୟକ୍ତ କରିଥିଲେ ଏବଂ ଏହା ମଧ୍ୟ କହିଛନ୍ତି, ‘ମୁଁ ଆନୁଷ୍ଠାନିକ ଭାବେ ପାର୍ଟିରେ ଯୋଗଦେବାକୁ ଉତ୍ସାହିତ ଅଛି । ମୁଁ ଜଣେ ଯୋଗ୍ୟ କର୍ମୀ ଏବଂ ନିର୍ଭରଯୋଗ୍ୟ ସରକାରୀ କର୍ମଚାରୀ ହେବାକୁ ଆଶା କରେ । ଧନ୍ୟବାଦ’ । କଙ୍ଗନା ଏପରି ଅନେକ କଥା ତାଙ୍କ ପୋଷ୍ଟରେ ଲେଖିଛନ୍ତି ।

କଙ୍ଗନାଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ତାଙ୍କୁ ଖୁବ୍ ଶୀଘ୍ର ପିରିୟଡ୍ ଡ୍ରାମା ଫିଲ୍ମ ‘ଏମରଜେନ୍ସି’ ରେ ଦେଖିବାକୁ ମିଳିବେ । ତେବେ ଜି ଷ୍ଟୁଡିଓ ଏବଂ ମାଣିକର୍ଣ୍ଣିକା ଫିଲ୍ମ ଦ୍ୱାରା ନିର୍ମିତ ଫିଲ୍ମ ‘ଏମରଜେନ୍ସି’ ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛି । ଏହି ଫିଲ୍ମରେ ଭାରତୀୟ ଗଣତନ୍ତ୍ର ଇତିହାସରେ ସବୁଠାରୁ ବିବାଦୀୟ ପ୍ରସଙ୍ଗ ଏକ ମେଗା ବଜେଟ୍ ଚିତ୍ରଣ ରୂପେ ଉପସ୍ଥାପିତ ହୋଇଛି । ଏହି ଫିଲ୍ମରେ କଙ୍ଗନା ରାଣାୱତ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଯାତ୍ରା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ । ଏହି ଫିଲ୍ମରେ ଅନୁପମ ଖେର, ମହିମା ଚୌଧୁରୀ, ମିଲିଦ୍‌ ସୋମାନ, ଶ୍ରେୟସ ତାଲପଡେ, ବିଶାକ ନାୟାର ଏବଂ ଦେବଗତ ସତୀଶ କୌଶିକ ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମର ସ୍କ୍ରିପ୍ଟକୁ ରିତେଶ ଶାହା ଲେଖିଛନ୍ତି । ଏହି ଫିଲ୍ମଟି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନକୁ ନେଇ କରାଯାଇଛି । ଫିଲ୍ମରେ ନିର୍ଦ୍ଦେଶନା ଦେବା ସହିତ କଙ୍ଗନା ଅଭିନୟ କରିଛନ୍ତି । ଏହି ଫିଲ୍ମ ଜୁନ୍ ୧୦ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବ । ଏବେ ଦେଖିବାର ଅଛି ଏହି ଫିଲ୍ମଟି ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.