BPSC ରେ ୪୬ ହଜାର ପଦବୀ ଖାଲି, ବଢିଲା ଆବେଦନ ତାରିଖ, ତୁରନ୍ତ କରନ୍ତୁ ଆବେଦନ

ବିହାର ପବ୍ଲିକ ସର୍ଭିସ କମିଶନରେ ପ୍ରଧାନଶିକ୍ଷକ ଏବଂ ଶିକ୍ଷକରେ ୪୬ ହଜାର ପଦବୀ ଖାଲିପଡିଛି । ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୧୦ ଏପ୍ରିଲ ୨୦୨୪ ରହିଛି ।

ବିହାର ପବ୍ଲିକ ସର୍ଭିସ କମିଶନରେ ପ୍ରଧାନଶିକ୍ଷକ ଏବଂ ଶିକ୍ଷକରେ ୪୬ ହଜାର ପଦବୀ ଖାଲିପଡିଛି । ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୧୦ ଏପ୍ରିଲ ୨୦୨୪ ରହିଛି । ଆବେଦନ କରିବାର ଶେଷ ତାରିଖ ୨ ଏପ୍ରିଲ ରହିଥିଲା, ଯାହା ଏବେ ୧୦ ଏପ୍ରିଲ ଯାଏଁ ବଢାଇ ଦିଆଯାଇଛି ।

ବିପିଏସସିରେ ଏହି ପଦବୀରେ ଆବେଦନ କରିବା ପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ ବିହାର ଲୋକ ସେବା ଆୟୋଗର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । bpsc.bih.nic.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୬,୩୦୮

ପ୍ରଧାନ ଶିକ୍ଷକ : ୬୦୬୧
ଶିକ୍ଷକ : ୪୦,୨୪୭

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୦ ଏପ୍ରିଲ ୨୦୨୪ ରହିଛି ।

କେମିତି କରିବେ ଆବେଦନ :

ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ତା’ ପରେ ହୋମପେଜରେ ପ୍ରଧାନଶିକ୍ଷକ ଏବଂ ଶିକ୍ଷକ ପଦବୀ ଭର୍ତ୍ତି ଲିଙ୍କରେ ଆବେଦନ କରନ୍ତୁ ।
ଏମିତି କରିବା ପରେ ଏକ ନୂଆ ପେଜ ଖୋଲିବ, ସେଥିରେ ନିଜର ସବିଶେଷ ବିବରଣୀ ଦେବା ପରେ ଆବେଦନ ଉପରେ କ୍ଲିକ୍‌ କରନ୍ତୁ ।
ଏହାପରେ ରେଜିଷ୍ଟ୍ରର କରନ୍ତୁ, ଫର୍ମ ଭରନ୍ତୁ । ଆବେଦନ ଶୁଳ୍କ ଭରିବା ପରେ ଭେରିଫାଏ କରି ଫର୍ମ ଜମା କରନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.