ଆସିଗଲା Jioର ଶସ୍ତା ପ୍ଲାନ୍‌, ୫୬ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପାଇବେ ଡାଟା

ଏହି ଜିଓ ପ୍ରିପେଡ୍ ପ୍ଲାନରେ ହାଇ ସ୍ପିଡ୍ ଡାଟା, ଅନଲିମିଟେଡ୍‌ ଫ୍ରି କଲିଂ, ଏସ୍ଏମ୍ଏସ୍ ଏବଂ ଆପ୍ସରେ ଫ୍ରି ଆକ୍ସେସ୍‌ ପ୍ରତିଦିନ ଦିଆଯାଉଛି । ତେବେ ଏହି ପ୍ଲାନରେ କେଉଁ ସବୁ ସୁବିଧା ମିଳିବ ଆସନ୍ତୁ ଜାଣିବା ।

ରିଲାଏନ୍ସ ଜିଓ ପ୍ରିପେଡ୍‌ ୟୁଜର୍ସଙ୍କ ପାଇଁ ଏକ ଶସ୍ତା ରିଚାର୍ଜ ପ୍ଲାନ୍‌ ଆରମ୍ଭ କରିଛି । ୨୩୪ ଟଙ୍କା ମୂଲ୍ୟର ଏହି ଜିଓ ପ୍ରିପେଡ୍ ପ୍ଲାନରେ ହାଇ ସ୍ପିଡ୍ ଡାଟା, ଅନଲିମିଟେଡ୍‌ ଫ୍ରି କଲିଂ, ଏସ୍ଏମ୍ଏସ୍ ଏବଂ ଆପ୍ସରେ ଫ୍ରି ଆକ୍ସେସ୍‌ ପ୍ରତିଦିନ ଦିଆଯାଉଛି । ତେବେ ୨୩୪ ଟଙ୍କାର ଏହି ପ୍ଲାନରେ କେଉଁ ସବୁ ସୁବିଧା ମିଳିବ ଆସନ୍ତୁ ଜାଣିବା ।

ୟୁଜର୍ସଙ୍କ ପାଇଁ ରିଲାଏନ୍ସ ଜିଓ ଏକ ନୂଆ ରିଚାର୍ଜ ପ୍ଲାନ୍‌ ଆରମ୍ଭ କରିଛି । ଏହି ପ୍ରିପେଡ୍ ପ୍ଲାନର ମୂଲ୍ୟ ୨୩୪ ଟଙ୍କା । Jio ୨୩୪ ପ୍ଲାନରେ ଆପଣ ପ୍ରତିଦିନ ରିଲାଏନ୍ସ ଜିଓ ତରଫରୁ ୦.୫ ଜିବି ହାଇ ସ୍ପିଡ୍ ଡାଟାର ଲାଭ ପାଇବେ । ଜିଓର ଅଫିସିଆଲ୍ ସାଇଟ୍ ଅନୁଯାୟୀ ଏହି ପ୍ଲାନ୍‌ ମୋଟ ୨୮ ଜିବି ଡାଟା ଅଫର କରେ ।

Jio ୨୩୪ ପ୍ଲାନ୍‌ ଭ୍ୟାଲିଡିଟି ବିଷୟରେ କହିବାକୁ ଗଲେ Jioର ଅଫିସିଆଲ୍ ସାଇଟରେ ଆଫର୍ଡବେଲ୍‌ ପ୍ଲାନରେ ୫୬ ଦିନର ଭ୍ୟାଲିଡିଟି ଲିଷ୍ଟ ହୋଇଛି । କଲିଂ ଏବଂ SMS ବିଷୟରେ କହିବାକୁ ଗଲେ ଏହି ଜିଓ ପ୍ରିପେଡ୍ ପ୍ଲାନ୍‌ ୨୩୪ ଟଙ୍କା ସହିତ ୟୁଜରମାନେ ମୋଟ ୩୦୦ SMS ଏବଂ ଅନଲିମିଟେଡ୍‌ ଭଏସ୍ କଲିଂର ଲାଭ ପାଇବେ ।

ସୂଚନା ଥାଉ କି କମ୍ପାନୀ ଏହାର ଶସ୍ତା ଫିଚର ଫୋନ୍ JioBharat ବ୍ୟବହାର କରି ୟୁଜରମାନଙ୍କ ପାଇଁ ଏହି ପ୍ରିପେଡ୍ ପ୍ଲାନ୍‌ ଆରମ୍ଭ କରିଛି । ଏହି ପ୍ଲାନରେ ଆପଣ ଜିଓ ସିନେମା ଏବଂ JioSaavn କୁ ମଧ୍ୟ ମାଗଣାରେ ଆକ୍ସେସ୍‌ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.