IDBI ବ୍ୟାଙ୍କରେ ୧୩୬ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

IDBI ବ୍ୟାଙ୍କରେ SCO  ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ବ୍ୟାଙ୍କର ଅଫିସିଆଲ ସାଇଟ୍‌ idbibank.in କୁ ଯାଇ ଅନଲାଇନ ଆବେଦନ କରନ୍ତୁ ।

ଆଇଡିବିଆଇ ବ୍ୟାଙ୍କରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ  IDBI ବ୍ୟାଙ୍କର ଅଫିସିଆଲ ୱେବସାଇଟ୍‌ idbibank.in କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଏହି ନୋଟିଫିକେସନ ମୁତାବକ, ବ୍ୟାଙ୍କରେ ୧୩୬ ପଦବୀରେ ଭର୍ତ୍ତି ହେବ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସ୍ପେଶାଲ କ୍ୟାଡର ଅଫିସର ୨୦୨୩-୨୪ ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ଅଧିନରେ ୧୩୬ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀରେ ହେବ । ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୨୦ ପର୍ଯ୍ୟନ୍ତ ରହିଛି ।

ପଦବୀ ବିବରଣୀ : ୧୩୬

ମ୍ୟାନେଜର : ୮୪

ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର : ୪୬

ଜେନେରାଲ ମ୍ୟାନେଜର : ୬

ଜରୁରୀ ତାରିଖ ; ଆବେଦନ କରିବାର ଶେଷ ତାରିଖ ୨୦ ଜୁନ୍‌ ୨୦୨୩ ରହିଛି ।

ବୟସ ସୀମା : ମ୍ୟାନେଜର ପୋଷ୍ଟ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୨୫ରୁ ୩୫ ବର୍ଷ ହୋଇଥିବା ବେଳେ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ପାଇଁ ୩୫ ରୁ ୪୫ ବର୍ଷ ବୟସ ସୀମା ଏବଂ ଜେନେରାଲ ମ୍ୟାନେଜର ପାଇଁ ୨୮ରୁ ୪୦ ବର୍ଷ ମଧ୍ୟରେ ବୟସ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ ପ୍ରାର୍ଥୀ ଆବେଦନ ଶୁଳ୍କ ୧୦୦୦ ଟଙ୍କା ଦେବାକୁ ପଡିବ। ସେହିପରି ଅନୁସୂଚିତ ଜାତି/ଜନଜାତି/ pwd ପ୍ରାର୍ଥୀ ୨୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ idbi ବ୍ୟାଙ୍କର ଅଫିସିଆଲ ସାଇଟକୁ ଯାଆନ୍ତୁ ।

ତା’ ପରେ idbibank.in କ୍ଲିକ୍‌ କରନ୍ତୁ ।

ରେଜିଷ୍ଟ୍ରର କରିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ ।

ତା’ ପରେ ସବୁକିଛି ସବମିଟ୍‌ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।

ଆବେଦନ ଶୁଳ୍କ ଭରିବା ପରେ ସବମିଟ୍‌ କରନ୍ତୁ ।

ପରେ ଏକ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.idbibank.in/pdf/careers/Detailed-Advt-Spl-23-24-May222023.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.