ଇଣ୍ଡିଆ ପୋଷ୍ଟରେ ୧୮୯୦ ପଦବୀରେ ଭର୍ତ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

୧୦ମ୍‌ ଠାରୁ ଗ୍ରାଜୁଏଟଙ୍କ ପର୍ଯ୍ୟନ୍ତ ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆ ପୋଷ୍ଟ ଜରିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଯାହା ଅନୁସାରେ ଭାରତୀୟ ଡାକରେ ବମ୍ପର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି ।

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ୧୦ମ୍‌ ଠାରୁ ଗ୍ରାଜୁଏଟଙ୍କ ପର୍ଯ୍ୟନ୍ତ ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆ ପୋଷ୍ଟ ଜରିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଯାହା ଅନୁସାରେ ଭାରତୀୟ ଡାକରେ ବମ୍ପର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଭର୍ତ୍ତି ପାଇଁ ଶେଷ ତାରିଖ ୯ ଡିସେମ୍ବର ରହିଛି । ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ indiapost.gov.in କୁ ଯାଇ ଆବେଦନ କରନ୍ତୁ ।

ପଦବୀ ବିବରଣୀ : ୧୮୯୯

ପୋଷ୍ଟାଲ ଆସିଷ୍ଟାଣ୍ଟ : ୫୯୮
ପୋଷ୍ଟମ୍ୟାନ : ୫୮୫
ଏମଟିଏସ୍‌ : ୫୭୦
ସର୍ଟିଂ ଆସିଷ୍ଟାଣ୍ଟ : ୧୪୩
ମେଲ ଗାର୍ଡ: ୩

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୯ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ଅନୁଯାୟୀ, ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ତେବେ ୧୦ମ/୧୨ଶ/ଗ୍ରାଜୁଏଟ ପ୍ରାର୍ଥୀ ଆବେଦନ କରିପାରିବେ । ଏହାସହିତ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ଅତିକମରେ ୧୮ ବର୍ଷ ଏବଂ ସର୍ବାଧିକ ୨୫/୨୭ ବର୍ଷ ହେବା ଜରୁରୀ । ସଂରକ୍ଷିତ ଶ୍ରେଣୀଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ୍‌ ମିଳିବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଥିବା ସାମାନ୍ୟ ଏବଂ ଓବିସି ପ୍ରାର୍ଥୀ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ସଂରକ୍ଷିତ ବର୍ଗ ପ୍ରାର୍ଥୀ ବିନା ଶୁଳ୍କରେ ଆବେଦନ କରିପାରିବେ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.