ଦୀପାବଳିରେ ବାଣ ପାଇଁ ୧୭ଟି ଜାଗାରେ ଅଗ୍ନିକାଣ୍ଡ, କେଉଁଠି ଘର ତ ଆଉ କେଉଁଠି ଜଳାଯାଇଛି ଦୋକାନ

ଦୀପାବଳିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ଜନିତ ଅଘଟଣ । ୧୭ଟି ଜାଗାରେ ଅଗ୍ନିକାଣ୍ଡ। କେଉଁଠି ଘର ତ ଆଉ କେଉଁଠି ଜଳାଯାଇଛି ଦୋକାନ ଘର । ରାଜଧାନୀର ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣରେ ଶତାଧିକ ଆହତ ହୋଇଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ଦୀପାବଳିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ଜନିତ ଅଘଟଣ । ୧୭ଟି ଜାଗାରେ ଅଗ୍ନିକାଣ୍ଡ। କେଉଁଠି ଘର ତ ଆଉ କେଉଁଠି ଜଳାଯାଇଛି ଦୋକାନ ଘର । ରାଜଧାନୀର ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣରେ ଶତାଧିକ ଆହତ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଅଧିକ ଚିକିତ୍ସିତ ହୋଇଛନ୍ତି । କାହାର ହାତ ଫାଟିଛି ତ ଆଉ କିଏ ନିଆଁରେ ପୋଡ଼ି ହୋଇଯାଇଛନ୍ତି। ଚନ୍ଦ୍ରଶେଖରପୁରରେ ବ୍ୟାଟେରୀ ଗାଡି ଚାର୍ଜ ବସିଥିବା ସମୟରେ ନିଆଁ ଲାଗି ୪ଟି ବାଇକ୍ ସଂପୂର୍ଣ୍ଣ ଜଳିଯାଇଛି।

ସେହିଭଳି କଟକରେ ବାଣ ଫୁଟାଇ ୨୭ରୁ ଅଧିକ ଆହତ ହୋଇ ଏସସିବିରେ ଚିକିତ୍ସିତ ହୋଇଛନ୍ତି । ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣରେ ବି ଅନେକ ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଏକଲପୁର ଗାଁରେ ବାଣ ନିଆଁରେ ଜଳିଗଲା ଜଳଖିଆ ଦୋକାନ । ସେହିପରି ବାରିପଦାରେ ସ୍କାଏ ଲଣ୍ଠନରୁ ନିଆଁ ଲାଗି ଟେଣ୍ଟ ହାଉସ୍ ଜଳାଯାଇଛି । ଛାରଖାର ହୋଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.