ସରୁନି ‘deepfake’ ର ସିଲସିଲା, ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କର ଆଉ ଏକ ଭିଡିଓ ଭାଇରାଲ

ନ୍ୟାସନାଲ କ୍ରସ୍ ରଶ୍ମିକା ମନ୍ଦାନାଙ୍କର ଏକ 'ଡିପ ଫେକ' ଭିଡିଓ ଭାଇରାଲ ହେବାର କିଛି ଦିନ ପରେ ହି ଏବେ ପୁଣିଥରେ 'ଆନିମଲ' ଫିଲ୍ମ ଅଭିନେତ୍ରୀ ରଶ୍ମିକାଙ୍କର ଆଉ ଏକ ଡିପଫେକ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଅବଶ୍ୟ, ଏହି କ୍ଲିପ୍ ପ୍ରଥମ ଭାଇରାଲ୍ ଭିଡିଓ ପରି ଅଶ୍ଳୀଳ ନୁହେଁ ।

ନ୍ୟାସନାଲ କ୍ରସ୍ ରଶ୍ମିକା ମନ୍ଦାନାଙ୍କର ଏକ ‘ଡିପ ଫେକ’ ଭିଡିଓ ଭାଇରାଲ ହେବାର କିଛି ଦିନ ପରେ ହି ଏବେ ପୁଣିଥରେ ‘ଆନିମଲ’ ଫିଲ୍ମ ଅଭିନେତ୍ରୀ ରଶ୍ମିକାଙ୍କର ଆଉ ଏକ ଡିପଫେକ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଅବଶ୍ୟ, ଏହି କ୍ଲିପ୍ ପ୍ରଥମ ଭାଇରାଲ୍ ଭିଡିଓ ପରି ଅଶ୍ଳୀଳ ନୁହେଁ । ଏହି ଭିଡିଓରେ ରଶ୍ମିକାଙ୍କ ମୁହଁ ଅନ୍ୟ ଏକ ଝିଅର ମୁହଁରେ ମର୍ଫ କରାଯାଇଛି ।

ଭିଡିଓଟି ଅନ୍ୟ ଜଣେ ମହିଳାଙ୍କର ଅଟେ ଏବଂ ଡିପଫେକ ନାମକ ଏକ AI ଟେକ୍ନୋଲୋଜି ବ୍ୟବହାର କରି ଏପରି ଡିପଫେକ ଭିଡିଓ ତିଆରି କରାଯାଇଛି । ରଶ୍ମିକା ମନ୍ଦାନା ନ୍ୟାସନାଲ କ୍ରସ ହୋଇଥିବା ବେଳେ ତାଙ୍କର ଏଭଳି ଭାଇରଲ ଭିଡିଓକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତାଙ୍କର ଏଭଳି ଭିଡିଓ ଦେଖି ଫ୍ୟାନ୍ସମାନେ ନିରାଶ ହୋଇଛନ୍ତି ।

 

View this post on Instagram

 

A post shared by @crush.mika

ତେବେ ଏହା ପ୍ରଥମ ଘଟଣା ନୁହେଁ, ଜଣେ ସେଲିବ୍ରେଟିଙ୍କ ଚେହେରା ଅନ୍ୟ ଏକ ଚେହେରା ସହିତ ମର୍ଫ ହୋଇଛି । ଏହାପୂର୍ବରୁ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅନେକ ମର୍ଫ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହିପରି ଘଟଣା ସାଧାରଣତଃ ଭୁଲ ଡିଟେଲସ ଦେବା ପାଇଁ ଏବଂ କାହାର ଇମେଜକୁ ଖରାପ କରିବା ପାଇଁ କରାଯାଇଥାଏ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଏପରି ଅପବ୍ୟବହାର କରାଯିବ ବୋଲି କେହି କେବେ କଳ୍ପନା ମଧ୍ୟ କରିନଥିବେ । ଏହାପୂର୍ବରୁ ରଶ୍ମିକା ନିଜ ଡିପ ଫେକ ଭିଡିଓ ଉପରେ ରିଆକ୍ଟ କରି ଟେକ୍ନୋଲୋଜିର ଅପବ୍ୟବହାରକୁ ନେଇ ‘ଏହା ଅତ୍ୟନ୍ତ ଭୟାନକ’ ବୋଲି କହିଥିଲେ ।

ବର୍ତ୍ତମାନ, ରଶ୍ମିକାଙ୍କ ଡିପ ଫେକ ଭିଡିଓ ଭାଇରାଲ ହେବାର କିଛି ଦିନ ପରେ, ଦିଲ୍ଲୀ ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୬୫ (ଜାଲିଆତି ପାଇଁ ଦଣ୍ଡ) ଏବଂ ୪୬୯ (କାହାର ରେପ୍ୟୁଟେସନ ଖରାପ ପାଇଁ ଜାଲିଆତି) ଅନୁଯାୟୀ ଅଜଣା ବ୍ୟକ୍ତିଙ୍କ ବିରୋଧରେ FIR ରେଜିଷ୍ଟର କରିଛି । ଏହି ସମୟରେ, ଭାରତ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଡିପଫେକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ସୂଚନାଯୋଗ୍ୟ, ଏହା ପୂର୍ବରୁ କ୍ୟାଟ୍ରିନା କୈଫଙ୍କ ଟାଇଗର-୩ର ଏକ ଫଟୋ ମଧ୍ୟ ଡିପଫେକର ଶିକାର ହୋଇଥିଲା ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ରଶ୍ମିକା ରଣବୀରଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ‘ଆନିମଲ’ ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବାକୁ ଯାଉଥିବାରୁ ଫ୍ୟାନ୍ସମାନେ ଉଭୟ ରଶ୍ମିକା ଏବଂ ରଣବୀରଙ୍କୁ ଦେଖିବା ପାଇଁ ବହୁତ ଏକ୍ସସାଇଟେଡ ଅଛନ୍ତି । ‘କବୀର ସିଂ’ ଫେମ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଡିସେମ୍ବର ୨ ରେ ରିଲିଜ ହେବାକୁ ଯାଉଛି ।

Leave A Reply

Your email address will not be published.