NLC ରେ ଏଜକ୍ୟୁଟିଭ ଇଂଜିନିୟର ସହିତ ଅନେକ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଏନଏଲସି ଇଣ୍ଡିଆ ଲିମିଟେଡ୍‌ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ www.nlcindia.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୩ ଅଗଷ୍ଟ ୨୦୨୩ ରହିଛି ।

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଏନଏଲସି ଇଣ୍ଡିଆ ଲିମିଟେଡ୍‌ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ www.nlcindia.in କୁ ଯାଇ ଆବେଦନ କରିପାରିବେ । ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଶେଷ ତାରିଖ ୩ ଅଗଷ୍ଟ ୨୦୨୩ ରହିଛି ।

ପଦବୀ ବିବରଣୀ : ୨୮୪

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩ ଅଗଷ୍ଟ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ଭିନ୍ନ ଭିନ୍ନ ରହିଛି । ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରନ୍ତୁ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୩୦ରୁ ସର୍ବାଧିକ ୫୮ ବର୍ଷ ହେବା ଜରୁରୀ ।

ଆବେଦନ ଶୁଳ୍କ : ଅଣସରଂକ୍ଷିତ/ EWS/OBC ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ୮୫୪ ଟଙ୍କା ଏବଂ ଅନୁସୂଚିତ ଜାତି/ଜନଜାତି/ PWD/ ପୂର୍ବତନ ସୈନିକଙ୍କ ପାଇଁ ୩୫୪ ଟଙ୍କା ରହିଛି ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ହେବ । ଅଧିକ ଜାଣିବା ପାଇଁ େଓ୍ଵବସାଇଟ ଚେକ୍‌ କରନ୍ତୁ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଏନଏଲସିର ଅଫିସିଆଲ ୱେବସାଇଟ୍‌ www.nlcindia.in କୁ ଯାଆନ୍ତୁ ।
ଏହାପରେ ହୋମ ପେଜରେ କ୍ୟାରିଅର ଟାବ୍‌ କ୍ଲିକ୍‌ କରନ୍ତୁ ।
ଏହାପରେ ଆବେଦନ ଫର୍ମ ଭରନ୍ତୁ ।
ତା’ପରେ ସମସ୍ତ ଆବଶ୍ୟକ ଦସ୍ତାବିଜ ଅପଲୋଡ କରନ୍ତୁ ।
ଆବେଦନ ଶୁଳ୍କ ଭରିବା ପରେ ସବିମିଟ୍‌ ବଟନ କ୍ଲିକ୍‌ କରତୁ ।
ଆବେଦନ ପତ୍ର ଡାଉନଲୋଡ କରି ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ କ୍ଲିକ୍‌ କରନ୍ତୁ :

https://www.nlcindia.in/new_website/careers/advt_04-2023.pdf

Leave A Reply

Your email address will not be published.