Below header

RITES ରେ ବମ୍ପର ଭର୍ତ୍ତି, ବିନା ଆବେଦନ ଶୁଳ୍କରେ କରନ୍ତୁ ଆବେଦନ

ରେଳ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ ଇକୋନୋମିକ ସର୍ଭିସ (RITES) ନୋଟିଫିକେସନ ଜାରି ହୋଇଛି । ଏଠାରେ ୯୧ ପଦବୀ ପାଇଁ ଭର୍ତ୍ତି କରାଯିବ । ଆବେଦନ ବିଷୟରେ ଅଧିକ ଜାଣିବା ପାଇଁ recruit.rites.com କୁ ଯାଇ ଆବେଦନ କରିପାରିବେ ।

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ରେଳ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ ଇକୋନୋମିକ ସର୍ଭିସ (RITES) ନୋଟିଫିକେସନ ଜାରି ହୋଇଛି । ଏଠାରେ ୯୧ ପଦବୀ ପାଇଁ ଭର୍ତ୍ତି କରାଯିବ । ଏହି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆବେଦନ ବିଷୟରେ ଅଧିକ ଜାଣିବା ପାଇଁ recruit.rites.com କୁ ଯାଇ ଆବେଦନ କରିପାରିବେ । ଏଠାରେ ଆବେଦନ କରିବାର ଶେଷ ତାରିଖ ୧୭ ଅକ୍ଟୋବର ୨୦୨୩ ରହିଛି ।

ପଦବୀ ବିବରଣୀ : ୯୧

ସୁପରଭାଇଜର କମ୍‌ କନଷ୍ଟ୍ରକସନ ମ୍ୟାନେଜର : ୫
ଡ୍ରାପ୍ଟସମ୍ୟାନ : ୧୩
କ୍ୱାଲିଟି ଆସ୍ୟୁରାନ୍ସ ଆଣ୍ଡ କଣ୍ଟ୍ରୋଲ ଇଂଜିନିୟର : ୨
ଫିଲ୍ଡ କ୍ୱାଲିଟି କଣ୍ଟ୍ରୋଲ ଇଂଜିନିୟର: ୭୧

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୭ ଅକ୍ଟୋବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ନିର୍ଦ୍ଧାରିତ କରାଯାଇଛି । ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାଥ;ୀଙ୍କ ପାଖରେ ସମ୍ବନ୍ଧୀୟ କ୍ଷେତ୍ରରେ ଡିଗ୍ରୀ କି ଡିପ୍ଲୋମା ଥିବା ଜରୁରୀ ।

ବୟସ ସୀମା : ଏହି ଭର୍ତ୍ତି ଅଭିଯାନ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୫୫ ବର୍ଷରୁ ଅଧିକ ହେବା ଜରୁରୀ ନୁହେଁ । ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ସରଂକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାର ଛାଡ୍‌ ମିଳିବ ।

କେମିତି କରିବେ ଆବେଦନ :

ଏହି ଭର୍ତ୍ତି ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅନଲାଇନ ୱେବସାଇଟ ଯାଇ ରେଜିଷ୍ଟ୍ରେସନ କରନ୍ତୁ ।
ଏହାପରେ ଆବେଦନ ଫର୍ମ ପୂରଣ କରିବା ସହିତ ଅନ୍ୟ ସମସ୍ତ ଦସ୍ତାବିଜ ସହିତ ଇଣ୍ଟରଭ୍ୟୁ ଦେବାକୁ ହେବ । ଇଣ୍ଟରଭ୍ୟୁରେ ୯୦ ପ୍ରତିଶତ ଏବଂ ଅଭିଜ୍ଞତା ପାଇଁ ୧୦ ପ୍ରତିଶତ ମାର୍କ ମିଳିବ । ଇଣ୍ଟରଭ୍ୟୁ ଇଂଲିଶ ଏବଂ ହିନ୍ଦୀ ଭାଷାରେ ହେବ । ଇଣ୍ଟରଭ୍ୟୁ ଆୟୋଜନ ୧୩ ରୁ ୨୦ ଅକ୍ଟୋବର ମଧ୍ୟରେ ହେବ । ଏହି ଭର୍ତ୍ତି ପାଇଁ କୌଣସିି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

ଅଧିକ ଜାଣିବା ପାଇଁ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.