ବଲିଉଡ ଅଭିନେତ୍ରୀ ଶେହନାଜ ଗିଲ୍‌ ହସପିଟାଲରେ ଭର୍ତ୍ତି, ଶୀଘ୍ର ସୁସ୍ଥ କାମନା କଲେ ଫ୍ୟାନ୍ସ

ଫିଲ୍ମ ଥ୍ୟାଙ୍କ ୟୁ ଫର କମିଂ ପାଇଁ ପ୍ରମୋସନ କରୁଥିବା ବେଳେ କିଛି ଖାଇବା ଯୋଗୁଁ ପେଟରେ ସମସ୍ୟା ହୋଇଛି । ସଂକ୍ରମଣ ବଢିଯିବାରୁ ହସପିଟାଲରେ ଆଡମିଟ୍‌ ହୋଇଛନ୍ତି ଶେହନାଜ ଗିଲ୍‌ । ଶେହନାଜ ନିଜେ ଇନଷ୍ଟାଗ୍ରାମରେ ଲାଇଭ ଆସି ହେଲଥ ଅପଡେଟ୍‌ ଦେଇଛନ୍ତି ।

ଅଭିନେତ୍ରୀ ଶେହନାଜ ଗିଲ୍‌ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଫିଲ୍ମ ଥ୍ୟାଙ୍କ ୟୁ ଫର କମିଂ ପାଇଁ ପ୍ରମୋସନ କରୁଥିବା ବେଳେ କିଛି ଖାଇବା ଯୋଗୁଁ ପେଟରେ ସମସ୍ୟା ହୋଇଛି । ସଂକ୍ରମଣ ବଢିଯିବାରୁ ହସପିଟାଲରେ ଆଡମିଟ୍‌ ହୋଇଛନ୍ତି । ଶେହନାଜ ନିଜେ ଇନଷ୍ଟାଗ୍ରାମରେ ଲାଇଭ ଆସି ହେଲଥ ଅପଡେଟ୍‌ ଦେଇଛନ୍ତି ।

ଭିଡିଓରେ ଶେହନାଜ ହସପିଟାଲରେ ବେଡରେ ଶୋଇଥିବାର ନଜର ଆସିଛନ୍ତି । ଆଉ କହୁଛନ୍ତି, ସମୟ ସମସ୍ତଙ୍କର ଆସିଥାଏ । ସମସ୍ତଙ୍କ ଦେହ ଖରାପ ହୁଏ, ମୋ ସହିତ ମଧ୍ୟ ହୋଇଛି । ଆଗକୁ ଆଉ କିଛିଦିନ ପରେ ମୁଁ ଠିକ୍‌ ହୋଇଯିବି । ମୁଁ ସୁସ୍ଥ ନାହିଁ, ମୋତେ ସଂକ୍ରମଣ ହୋଇଛି । ମୁଁ ସାଣ୍ଡଓ୍ଵିଚ ଖାଇଥିଲି, ତେଣୁ ଫୁଡ ଇନଫେକ୍ସନ ହୋଇଯାଇଛି । ଶେହନାଜଙ୍କ ଭିଡିଓ ଦେଖିବା ପରେ ଫ୍ୟାନ୍ସ ତାଙ୍କର ଶୀଘ୍ର ସୁସ୍ଥ କାମନା କରିଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

ଶେହନାଜଙ୍କ ଇନଷ୍ଟାଗ୍ରାମ ଭିଡିଓରେ ଅନିଲ କପୁର କମେଣ୍ଟ କରିଛନ୍ତି । ସୂଚନାଯୋଗ୍ୟ, ଶେହନାଜ ଅପକମିଂ ଫିଲ୍ମକୁ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମର ପ୍ରମୋସନରେ ଲାଗିପଡିଛନ୍ତି । ଏହି ଫିଲ୍ମରେ ସେ ଭୂମି ପେଡନେକର, କୁଶା କପିଲା, ଶିବାନୀ ବେଦୀ, ଡଲି ସିଂ, କରନ କୁନ୍ଦ୍ରା ମୁଖ୍ୟ ଭୂମିକାରେ ରହିଛନ୍ତି । ଏହି ଫିଲ୍ମକୁ କରନ ବୁଲାନି ନିର୍ଦ୍ଦେଶନା ଦେଇଛନ୍ତି । ଶେହନାଜ ସଲମାନଙ୍କ ଫିଲ୍ମ କିସିକା ଭାଇ କିସି କି ଜାନ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ବିଗ୍‌ବସ୍‌ ହାଉସରେ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥିଲେ ଶେହନାଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.