ଖାଲିପଡିଛି ଷ୍ଟାଟିଷ୍ଟିକାଲ ଅଫିସର ପଦବୀ, ତୁରନ୍ତ କରନ୍ତୁ ଆବେଦନ

ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନରେ ଷ୍ଟାଟିଷ୍ଟିକାଲ ଅଫିସର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ୧୫ ସେପ୍ଟେମ୍ବରରୁ ପ୍ରାର୍ଥୀ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ ରୁ ୪୦ ବର୍ଷ ହୋଇଥିବା ଜରୁରୀ ।

ରାଜସ୍ଥାନରେ ସରକାରୀ ଚାକିରି ପାଇଁ ବଢିଆ ସୁଯୋଗ । ଷ୍ଟାଟିଷ୍ଟିକାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ ପାଇଁ ଯୋଗ୍ୟତା ଏବଂ ଇଚ୍ଛା ରଖୁଛନ୍ତି, ତେବେ ସେମାନେ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ rpsc.rajasthan.gov.in କୁ ଯାଇ ଆବେଦନ କରିପାରିବେ ।

ଜରୁରୀ ତାରିଖ : ରାଜସ୍ଥାନ ଲୋକ ସେବା ଆୟୋଗରେ ଏହି ପଦବୀରେ ଆବେଦନ କରିବା ପାଇଁ ଆପ୍ଲିକେସନ ଲିଙ୍କ ୧୫ ସେପ୍ଟେମ୍ବର ୨୦୨୩ରେ ଖୋଲିବ । ଆବେଦନ କରିବାର ଶେଷ ତାରିଖ ୧୪ ଅକ୍ଟୋବର ୨୦୨୩ ରହିଛି ।

ପଦବୀ ବିବରଣୀ : ୭୨

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅର୍ଥନୀତି, ଷ୍ଟାଟିଷ୍ଟିକ୍ସ କିମ୍ବା ଗଣିତରେ ଗ୍ରାଜୁଏସନ କରିଥିବା ଜରୁରୀ । ଦ୍ୱିତୀୟ ଶ୍ରେଣୀରେ ପାସ୍‌ କରିଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ ରୁ ୪୦ ବର୍ଷ ହୋଇଥିବା ଜରୁରୀ । ସରଂକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍‌ ମିଳିବ ।

ଅଭିଜ୍ଞତା : ଇଚ୍ଛୁକ ପ୍ରାର୍ଥୀ କୌଣସି ସରକାରୀ ବିଭାଗ ଏବଂ ୟୁନିଭରସିଟିରୁ ଅତିକମରେ ଏକ ବର୍ଷର ଷ୍ଟାଟିଷ୍ଟିକ୍‌ ସମ୍ଭାଳିବାର ଅନୁଭବ ହେବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ଜେନେରାଲ/ବିସି/ଇବିସି ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ହେବ । ସେହିଭଳି ଅନ୍ୟ ପ୍ରାର୍ଥୀ ୪୦୦ ଟଙ୍କା ଦେବେ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.