SBI ରେ ବମ୍ପର ଭର୍ତ୍ତି, ବିନା ପରୀକ୍ଷାରେ ହେବ ଚୟନ

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଖାଲିପଡିଛି ୧୦୨୨ ପଦବୀ । ରିଟାୟର୍ଡ କର୍ମଚାରୀ କରିପାରିବେ ଆବେଦନ । ଏପ୍ରିଲ ୩୦ ଆବେଦନ କରିବାର ଶେଷ ତାରିଖ ।

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏସବିଆଇରେ ହଜାରରୁ ଅଧିକ ପଦବୀ ଖାଲିପଡିଛି। ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଚନ୍ତି, ସେମାନେ ଶେଷ ତାରିଖ ପୂର୍ବରୁ ଆବେଦନ କରିବାକୁ ଅନୁରୋଧ । ଏହି ପଦବୀରେ ଆବେଦନ କରିବାର ତାରିଖ ୧ ଏପ୍ରିଲରୁ ଆରମ୍ଭ ହୋଇଛି । ଯାହା ୩୦ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଏହା ଅଧିନରେ ୧୦୨୨ ପଦବୀ ଖାଲିପଡିଛି । ଆଉ ଏହି ଭର୍ତ୍ତି ରିଟାୟର୍ଡ କର୍ମଚାରୀଙ୍କ ପାଇଁ ରହିଛି ।

ଜରୁରୀ ତାରିଖ : ଏହି ଭର୍ତ୍ତି ପାଇଁ ଶେଷ ତାରିଖ ୩୦ ଏପ୍ରିଲ ୨୦୨୩ ରହିଛି ।

କେମିତି କରିବେ ଆବେଦନ :

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏହି ପଦବୀରେ ଆବେଦନ ପାଇଁ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟକୁ ଯାଇ ଅନଲାଇନ ଆବେଦନ କରିବାକୁ ହେବ । ତେବେ ଏହି ନିଯୁକ୍ତ ଚୁକ୍ତିଭିତ୍ତିକ ହେବ ।

ପଦବୀ ବିବରଣୀ : ୧୦୨୨

ଚ୍ୟାନେଲ ମ୍ୟାନେଜର ଫେସିଲେଟଟର: ୮୨୧

ଚ୍ୟାନେଲ ମ୍ୟାନେଜର ସୁପରଭାଇଜର : ୧୭୨

ସପୋର୍ଟ ଅଫିସର : ୩୮

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୬୦ ବର୍ଷରୁ ୬୩ ବର୍ଷ ହୋଇଥିବା ଜରୁରୀ।

ଦରମା : ଚ୍ୟାନେଲ ମ୍ୟାନେଜର ଫେସିଲେଟଟର ପଦବୀ ପାଇଁ ୩୬,୦୦୦ ଟଙ୍କା ଏବଂ ଚ୍ୟାନେଲ ମ୍ୟାନେଜର ସୁପରଭାଇଚର ଏବଂ ସପୋର୍ଟ ଅଫିସର ପଦବୀ ପାଇଁ ୪୧,୦୦୦ ଟଙ୍କା ଦରମା ମିଳିବ ।

କେଉଁମାନେ କରିପାରିବେ ଆବେଦନ :

ଏହି ପଦବୀ ପାଇଁ ଷ୍ଟେଟ ବ୍ୟାଙ୍କ ହେଉ ଅବା ଅନ୍ୟ କୌଣସି ସରକାରୀ ବ୍ୟାଙ୍କରୁ ରିଟାୟର୍ଡ କର୍ମଚାରୀ ଆବେଦନ କରିପାରିବେ । ଆବେଦନ କରିବା ଆଧାରରେ ପ୍ରାର୍ଥୀଙ୍କ ଚୟନ ହେବ । ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ । ଇଣ୍ଟରଭ୍ୟୁରେ ୧୦୦ ମାର୍କର ପ୍ରଶ୍ନ ପଚରାଯିବ । ମେରିଟ୍‌ ଲିଷ୍ଟ ଆଧାରରେ ଚୟନ ହେବ ।

ଅଧିକ ଜାଣିବା ପାଇଁ କ୍ଲିକ୍‌ କରନ୍ତୁ :

https://drive.google.com/file/d/1OVf-G-rXEyWsHpX_luASeDOMMxoyh-wm/view

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.