Below header

ଭାରତୀୟ ରେଳରେ ଖାଲିପଡିଛି ୩୦୧୫ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ରେଲୱେ ରିକ୍ରୁଟମେଣ୍‌ଟ ସେଲରେ ୱେଷ୍ଟ ସେଣ୍ଟ୍ରାଲ ରେଲୱେ ପାଇଁ ବମ୍ପର ପଦବୀରେ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ଅନ୍ତର୍ଗତ ୩ ହଜାରୁ ଅଧିକ ପଦବୀ ପାଇଁ ଭର୍ତ୍ତି କରାଯିବ । ଆବେଦନ କରିବାର ଶେଷ ତାରିଖ ୧୪ ଜାନୁଆରୀ ୨୦୨୪ ରହିଛି ।

ଭାରତୀୟ ରେଳରେ ଚାକିରି କରିବାକୁ ଚାହୁଁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର । ଏଥିପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରେଲୱେ ରିକ୍ରୁଟମେଣ୍‌ଟ ସେଲରେ ୱେଷ୍ଟ ସେଣ୍ଟ୍ରାଲ ରେଲୱେ ପାଇଁ ବମ୍ପର ପଦବୀରେ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ଅନ୍ତର୍ଗତ ୩ ହଜାରୁ ଅଧିକ ପଦବୀ ପାଇଁ ଭର୍ତ୍ତି କରାଯିବ । ଏଥିପାଇଁ ଅନଲାଇନ ଆବେଦନ କରିପାରିବେ ପ୍ରାର୍ଥୀ । ଆବେଦନ କରିବା ପାଇଁ ୱେଷ୍ଟ ସେଣ୍ଟ୍ରାଲ ରେଲୱେ ଅଫିସିଆଲ ୱେବସାଇଟ wcr.indianrailways.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୩୦୧୫

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୫ ଡିସେମ୍ବର ୨୦୨୩ ରହିଛି । ଆବେଦନ କରିବାର ଶେଷ ତାରିଖ ୧୪ ଜାନୁଆରୀ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୨ଶ ପାସ୍‌ କରିଥିବା ଆବେଦନ କରିପାରିବେ । ଏହାସହିତ ୫୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୫ ରୁ ୨୪ ବର୍ଷ ହେବା ଜରୁରୀ ।

ଚୟନ ପ୍ରକ୍ରିୟା : ଏଥିରେ ପ୍ରାର୍ଥୀଙ୍କ ଚୟନ ମେରିଟ ଲିଷ୍ଟ ଆଧାରରେ ହେବ । ଏଥିରେ ୧୦ମ ର ମାର୍କ ଏବଂ ଆଇଟିଆଇ ଡିପ୍ଲୋମା ମାର୍କ୍ସ ଆଧାରରେ ଚୟନ କରାଯିବ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ୧୩୮ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି/PWD ଏବଂ ମହିଳା ପ୍ରାର୍ଥୀ ୩୬ ଟଙ୍କା ଦେବାକୁ ପଡିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.