ରାୟଗଡ଼ା: ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ମାମଲା: ୩ ଅଭିଯୁକ୍ତ ଗିରଫ

ରାୟଗଡ଼ା ସହର ଗୌତମ ନଗର ହତ୍ୟାକାଣ୍ଡ ଘଟଣାର କାର୍ଯ୍ୟାନୁଷ୍ଠାନ । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଖିଲିମିଶିଗୁଡା ଗାଁର ଦିପାନା ହିମରିକା, ହେମନ୍ତ କିଲାକା ଓ ଆରିୟା ଗଣ୍ଡାଗିରି ।

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ା ସହର ଗୌତମ ନଗର ହତ୍ୟାକାଣ୍ଡ ଘଟଣାର କାର୍ଯ୍ୟାନୁଷ୍ଠାନ । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଖିଲିମିଶିଗୁଡା ଗାଁର ଦିପାନା ହିମରିକା, ହେମନ୍ତ କିଲାକା ଓ ଆରିୟା ଗଣ୍ଡାଗିରି ।

ଗତକାଲି ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରିଥିଲେ ଅଭିଯୁକ୍ତ । ମୃତକ ଖିଲିମିଶିଗୁଦ ଗାଁର ପ୍ରମୋଦ କୋଲାକା । ଛୁରାମାଡ଼ କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ । ନିଜ ମାମୁଁ ଝିଅ ଭଉଣୀଙ୍କୁ ସ୍କୁଟିରେ ନେଇ ସ୍କୁଲରୁ ଫେରିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ପ୍ରମୋଦ ହେଉଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଭଣଜା । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିଲା ।

ତେବେ ଏହି ଘଟଣାକୁ ପୋଲିସ ଗୁରୁତର ସହିତ ନେଇଥିବା ବେଳେ ପୋଲିସର ୪ଟି ସ୍ଵତନ୍ତ୍ର ଟିମ୍ ଗଠନ କରିଥିଲା । ପୋଲିସ ସହର ତଥା ଏହାର ଆଖପାଖ ଅଞ୍ଚଳରେ ଚଢାଉ ଆରମ୍ଭ କରିଥିଲା । ନିଜେ ଏସପି ବିବେକାନନ୍ଦ ଶର୍ମାଙ୍କ ଏହି ଘଟଣାକୁ ମନିଟରିଙ୍ଗ କରୁଥିବା ସୂଚନା ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.