ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ: ୧ ଡିଗ୍ରୀକୁ ଖସିଲା ପାରଦ, ବାରାକାମୁଡ଼ାରେ ତୁଷାରପାତ

ମୟୁରଭଞ୍ଜ ଜିଲ୍ଲାରେ ତଳମୁହାଁ ହେଉଛି ପାରଦ । ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ । ଗତକାଲି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ କୁ ଖସିଥିବା ବେଳେ ଆଜି ମୟୁରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ କୁ ଖସିଛି ।

କରଞ୍ଜିଆ(କେନ୍ୟୁଜ): ବଦଳିଲା ପାଗର ମିଜାଜ୍‌ । ଧିରେ ଧିରେ ଖସୁଛି ପାରଦ, ବଢ଼ୁଛି ଶୀତ। ଜାଡ଼ରେ ଥରୁଛି ସାରା ଓଡ଼ିଶା । ବିଭିନ୍ନ ସ୍ଥାନରେ ଅନୁଭୂତ ହେଲାଣି ହାଡଭଙ୍ଗା ଶୀତ। ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି।

ଏପଟେ ମୟୁରଭଞ୍ଜ ଜିଲ୍ଲାରେ ତଳମୁହାଁ ହେଉଛି ପାରଦ । ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ । ଗତକାଲି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ କୁ ଖସିଥିବା ବେଳେ ଆଜି ମୟୁରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ କୁ ଖସିଛି । ଶିମିଳିପାଳ ଅଭୟାରଣ୍ୟର ଉପର ବାରାକାମୁଡ଼ାରେ ତାପମାତ୍ରା ୧ ଡିଗ୍ରୀ କୁ ଖସିଥିବାର ଉତ୍ତର ଶିମିଳିପାଳ ଡେପୁଟି ଡ଼ାଇରେକ୍ଟର ସାଇ କୀରଣ ଡି ଏନ ସୂଚନା ଦେଇଛନ୍ତି ।

ହାଡ଼ଭଙ୍ଗା ଶୀତ ଯୋଗୁଁ ଉପର ବାରା କାମୁଡା ରେ ବରଫ ପାତ ହେଇଛି । ତୁଷାରପାତ ଯୋଗୁଁ ଯେଉଁ ଆଡେ ଦେଖିବେ କେବଳ ଧଳା ଚାଦର ଘୋଡାଇ ହୋଇରହିଛି ମାଟି ଉପରେ । ଚଳିତବର୍ଷ ଏହି ତୁଷାରପାତ ହେଉଛି ଓଡ଼ିଶାର ପ୍ରଥମ ଘଟଣା । ଆଜି ଶିମିଳିପାଳ ଏବଂ ଶିମିଳିପାଳ ପାଦଦେଶରେ ପ୍ରବଳ ରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଛି । ଶିମିଳିପାଳ ପାଦଦେଶରେ ଥିବା କରଞ୍ଜିଆ ଉପଖଣ୍ଡର ଯଶିପୁର,କରଞ୍ଜିଆ, ଶୁକୃଳି,ରରୁଆ, ଠାକୁରମୁଣ୍ଡା ଅଞ୍ଚଳରେ ହାଲୁକା କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତରେ ଜଡ଼ସଡ଼ ହେଉଛି।

ତେବେ ହାଡ଼ଭଙ୍ଗା ଶୀତ ଯୋଗୁଁ କିଛି ସ୍ଥାନରେ ଶୀତ ବସ୍ତ୍ର ପିନ୍ଧିଥିଲେବି ଠିକ ସେ କାମ ଦେଉ ନାହଁ । ଯାହା ଫଳରେ ଲୋକମାନେ ବାଧ୍ୟ୍ୟ ହେଇ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି । ହାଡ଼ ଭଙ୍ଗା ଶୀତ ପାଇଁ ସକାଳ ଏବଂ ସନ୍ଧ୍ୟା ରେ ରାସ୍ତାଘାଟ ଶୂନସାନ ହେଇଯାଉଛି । ତେବେ ଚଳିତ ବର୍ଷ ଡେରିରେ ହେଉ ପଛେ ଭଲ ଥଣ୍ଡା ଅନୁଭୂତ ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.