ପାର୍ଟନରଙ୍କୁ ଖୁସ୍‌ କରିବାକୁ ସହବାସ ପୂର୍ବରୁ ଏହି ୧୦ଟି କଥାକୁ ଧ୍ୟାନ ଦିଅନ୍ତୁ, ବେଡ୍‌ରେ ଆସିବ ଅଧିକ ମଜା

ଦାମ୍ପତ୍ୟ ଜୀବନକୁ ମଧୁମୟ କରିବା ପାଇଁ ପତିପତ୍ନୀଙ୍କ ମଧ୍ୟରେ ଉଭୟ ବୁଝାମଣା ଓ ପ୍ରେମ ଆବଶ୍ୟକ। ଯେଉଁମାନଙ୍କ ମଧ୍ୟରେ ଯେତେ ଭଲ ବୁଝାମଣା ଥାଏ ସେମାନଙ୍କ ସମ୍ପର୍କ ମଧ୍ୟ ସେତେ ମଜଭୁତ ହୋଇଥାଏ। ଏହାର ପ୍ରଭାବ ବେଡରୁମ୍‌ରେ ବି ଦେଖିବାକୁ ମିଳେ। ରିସର୍ଚ୍ଚ ମୁତାବକ ଯେଉଁ ସ୍ୱାମୀ-ସ୍ତ୍ରୀ କିମ୍ବା ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ବଣ୍ଡିଂ ଯେତେ ଭଲ ହୋଇଥାଏ ସେମାନଙ୍କ ମଧ୍ୟରେ ସେକ୍ସ ମଧ୍ୟ ସେତେ ରୋମାଞ୍ଚକ ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା ଇଣ୍ଟିମେଟ୍‌ ବା ସେକ୍ସ କରିବା ପୂର୍ବରୁ କେଉଁ କେଉଁ ବିଷୟ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ…

୧.ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ। ହାତ, ଗୋଡ଼ ଓ ଅଣ୍ଡରଆର୍ମର ରୁମକୁ ସଫା କରନ୍ତୁ। ବେଳେ ବେଳେ ଏହା ଦ୍ୱାରା ଇରିଟେସନ୍‌ ହୁଏ।

୨.ଇଣ୍ଟିମେଟ୍‌ ହେବା ପୂର୍ବରୁ ବଡି ସ୍ପ୍ରେ ଲଗାନ୍ତୁ। ତେବେ ଧ୍ୟାନ ଦେବେ ଏହାର ଗନ୍ଧ ଯେମିତି ଅଧିକ କଡ଼ା ନ ହୁଏ।

୩.ପାର୍ଟନରଙ୍କ ସାମ୍ନାକୁ ଯିବା ପୂର୍ବରୁ ମାଉଥ୍‌ ଫ୍ରେସନର ଖାଆନ୍ତୁ। ନଚେତ୍‌ ବ୍ରଶ୍‌ କରନ୍ତୁ। ଏହା ଦ୍ୱାରା କଥାବାର୍ତ୍ତା କରିବା ବେଳେ ଭଲ ପ୍ରଭାବ ପଡ଼ିବ।

୪.ଆଗେଇବା ପୂର୍ବରୁ ପାର୍ଟନରଙ୍କର ବି ସହମତି ଅଛି କି ନାହିଁ କନ୍‌ଫର୍ମ ହୁଅନ୍ତୁ। ଏହା ଦ୍ୱାରା ସେ ଅନୁଭବ କରିବେ ଯେ ଆପଣ ତାଙ୍କ ଫିଲିଙ୍ଗସ୍‌କୁ ବି ବୁଝୁଛନ୍ତି।

୫.ସମ୍ବନ୍ଧ ପୂର୍ବରୁ ପାର୍ଟନର କ’ଣ ଚାହୁଁଛନ୍ତି ତାହା ପଚାରି ନିଅନ୍ତୁ। ସେହି ସମୟରେ ଭଲ ଭଲ କଥା ହୁଅନ୍ତୁ ଫଳରେ ପାର୍ଟନରଙ୍କ ମୁଡ୍‌ ଭଲ ରହିବ।

୬. ଏହି ସମୟରେ ପରିଷ୍କାର ପୋଷାକ ପିନ୍ଧନ୍ତୁ। ଖାସ୍‌ କରି ଆକର୍ଷିତ କରିବା ଭଳି ଅଣ୍ଡରେଓ୍ଵୟାର ପରିଧାନ କରନ୍ତୁ।

୭. ଇଣ୍ଟିମେଟ୍‌ ହେବା ପୂର୍ବରୁ ମହିଳାମାନେ ନିଜ ନଖ କାଟନ୍ତୁ। ଏହା ବ୍ୟତୀତ କେଶକୁ ମଧ୍ୟ ଠିକ୍‌ ଢଙ୍ଗରେ ବାନ୍ଧନ୍ତୁ। ଫଳରେ କୌଣସି ସମସ୍ୟା ହେବ ନାହିଁ।

୮.ସେକ୍ସ କରିବା ପୂର୍ବରୁ ଏନେଇ ସବୁ କଥା ଭଲ ଭାବେ ଜାଣନ୍ତୁ। ତା’ପରେ ହିଁ ଆଗାନ୍ତୁ।

୯. ସମ୍ବନ୍ଧ ବେଳେ ପରସ୍ପରର ସାଥ୍‌ ଦିଅନ୍ତୁ। କେବଳ ଜଣେ ଇଣ୍ଟରେଷ୍ଟ ନେଲେ ବୋର୍‌ ଲାଗିପାରେ।

୧୦. ଏହି ସମୟରେ ପାର୍ଟନରଙ୍କୁ ପର୍ଯ୍ୟାପ୍ତ ସମୟ ଦିଅନ୍ତୁ। ତରତର ହୋଇ କୌଣସି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.