Below header

ଜାଣନ୍ତୁ କେବେ ବଜାରକୁ ଆସିବ କରୋନା ଭ୍ୟାକ୍‌ସିନ୍‌, ପ୍ରସ୍ତୁତିରେ କେଉଁ ଦେଶ ରହିଛି କେତେ ଆଗରେ

ନୂଆଦିଲ୍ଲୀ : ବିଶ୍ୱରେ ୧୭୭ କରୋନା ଭ୍ୟାକ୍‌ସିନ୍‌ର ପ୍ରସ୍ତୁତି ଚାଲିଛି । ସେଥି ମଧ୍ୟରୁ ୧୩୫ ଭ୍ୟାକ୍‌ସିନ୍‌ର ଟ୍ରାଏଲ୍‌ ପଶୁଙ୍କ ଉପରେ ହୋଇ ସାରିଛି । ୨୩ ଭ୍ୟାକ୍‌ସିନ୍‌ର ହ୍ୟୁମ୍ୟାନ୍‌ ଟ୍ରାଏଲ ଚାଲିଥିବା ବେଳେ ୧୪ ଭ୍ୟାକ୍‌ସିନ୍‌ ପ୍ରଥମ ଫେଜ୍‌ରେ ପଦାର୍ପଣ କରିଛି । ୩ଟି ଭ୍ୟାକ୍‌ସିନ୍‌ ୨ୟ ଫେଜ ଓ ୬ ଟି ଭ୍ୟାକ୍‌ସିନ୍‌ ୩ୟ ଫେଜ୍‌ ପରୀକ୍ଷଣରେ ପହଞ୍ଚିଛି ।  ଏହା ଭିତରେ ଋଷ ଅଗଷ୍ଟ ୧୪ ତାରିଖ ଭିତରେ ତା’ର ଭ୍ୟାକ୍‌ସିନ୍‌ ବଜାରକୁ ଛାଡିବ ବୋଲି କହିଥିବା ବେଳେ ଅକ୍ସଫୋର୍ଡ କୋଭିଡ୍‌ ଭ୍ୟାକ୍‌ସିନ୍‌ ‘କୋଭାସିଲ୍ଡ’ ବର୍ଷ ଶେଷ ସୁଦ୍ଧା ବଜାରକୁ ଆସିବ ବୋଲି ଜଣା ପଡ଼ିଛି ।

ଆସନ୍ତୁ ଜାଣିବା ଅଗଷ୍ଟ ୮ ତାରିଖ ସୁଦ୍ଧା କେଉଁ ଦେଶ ଭ୍ୟାକ୍‌ସିନ୍‌ ପରୀକ୍ଷଣର କେଉଁ ଫେଜ୍‌ରେ ପହଞ୍ଚିଛି ।

ଫେଜ୍‌ ୩ ଟ୍ରାଏଲ୍‌

୧-ଯୁକ୍ତ ରାଜ୍ୟ : ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କମ୍ପାନୀ : ସିମ୍ପାଜି ଭାଇରସ୍‌ ବ୍ୟବହାର କରି ଆଣ୍ଟିବଡି ରେସ୍‌ପନ୍ସ ମିଳିଥିବା ଦେଖିବାକୁ ପାଇଥିଲେ । ଫେଜ୍‌ ଟ୍ରାଏଲ୍‌ ବେଳେ ୧୫, ୦୦୦ ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଥିଲା ।
ଭ୍ୟାକ୍‌ସିନ୍‌ର ଆଶା କରାଯାଉଥିବା ଟ୍ରାଏଲ୍‌ ତାରିଖ- ୨୦୨୧ ମସିହା ଜୁଲାଇ ମାସ
୨-ଯୁକ୍ତ ରାଷ୍ଟ୍ର : ନିଏଡ୍‌- ମୋର୍ଡନା କମ୍ପାନୀ : ଜେନେଟିକ୍‌ କୋଡ୍‌ ମାଧ୍ୟମରେ ଇମ୍ୟୁନିଟି ବଢ଼ୁଥିବା ଦେଖିବାକୁ ମିଳିଥିଲା- ୩୦ ହଜାର ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଛି ।
ଭ୍ୟାକ୍‌ସିନ୍‌ର ଆଶା କରାଯାଉଥିବା ଟ୍ରାଏଲ୍‌ ତାରିଖ- ୨୦୨୨ ମସିହା ଅକ୍ଟୋବର ୨୭
୩- ଜର୍ମାନୀ : ବାୟୋଟେକ୍‌ ଫାଇଜର : ମଣିଷ ଉପରେ ଟ୍ରାଏଲ୍‌ କରାଯାଇ ସଫଳତା ଦେଖିବାକୁ ମିଳିଥିଲା – ଜର୍ମାନ, ଯୁକ୍ତରାଷ୍ଟ୍ର, ଆର୍ଜେଣ୍ଟିନା ଓ ବ୍ରାଜିଲ୍‌ରେ ୩୨ ହଜାର ଲୋକଙ୍କ ଉପରେ ସଫଳତାର ସହ ପରୀକ୍ଷଣ ହୋଇଛି ।
ଭ୍ୟାକ୍‌ସିନ୍‌ର ଆଶା କରାଯାଉଥିବା ଟ୍ରାଏଲ୍‌ ତାରିଖ- ୨୦୨୧ ମସିହା ଜୁନ୍‌ ୨୭
୪- ଚୀନ୍‌ : ସିନୋଭାକ୍‌ କମ୍ପାନୀ : ସାର୍‌ସ କୋଭ-୨ ଇନ୍‌ଆକ୍‌ଟିଭେଟେଡ ସେଲ୍‌ ଉପରେ ପ୍ରୟୋଗ କରାଯାଇଥିଲା – ଅଗଷ୍ଟ ୪ ତାରିଖରେ କମ୍ପାନୀ ଏହାର ଫେଜ୍‌ ୧/୨ ଟ୍ରାଏଲ୍‌ ସୁରକ୍ଷିତ ଓ ସଫଳ ହୋଇଥିବା ପ୍ରକାଶ କରାଯାଇଛି ।
ଭ୍ୟାକ୍‌ସିନ୍‌ର ଆଶାକରାଯାଉଥିବା ଟ୍ରାଏଲ୍‌ ତାରିଖ ୨୦୨୧ ମସିହା ଜୁଲାଇ ମାସ ।

corona-vaccine-10

ଫେଜ୍‌ ୨

୫- ଚୀନ୍‌ : କ୍ୟାନ୍‌ସିନୋ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଟେକ୍‌, ପିଏଲ୍‌ଏ କମ୍ପାନୀ : ସାରସ୍‌ କୋଭ-୨ ଭାଇରସ୍‌ ଉପରେ ପ୍ରୟୋଗ କରାଯାଇ ଆଣ୍ଟିବଡି ରେସ୍‌ପନ୍ସ ଦେଖାଯାଇଥିଲା – ଏହାର କ୍ଲିନିକାଲ୍‌ ଟ୍ରାଏଲ ସେଫ୍‌ ଥିବା ଦେଖାଯାଇଛି ।
ଭ୍ୟାକ୍‌ସିନ୍‌ର ଆଶା କରାଯାଉଥିବା ଟ୍ରାଏଲ୍‌ ତାରିଖ ପ୍ରକାଶ ପାଇନାହିଁ
୬- ଯୁକ୍ତ ରାଷ୍ଟ୍ର : ନୋଭାଭାକ୍ସ କମ୍ପାନୀ : ସାରସ୍‌ କୋଭ୍‌ –୨ ଭାଇରସ୍‌ ଉପରେ ଏକ ପ୍ରୋଟିନ୍‌ ସବ୍‌ ୟୁନିଟ୍‌କୁ ପ୍ରୟୋଗ କରାଯାଇ ଏହାର ରେସ୍‌ପନ୍ସ ଦେଖାଯାଇଥିଲା – ଏହାର ଫେଜ୍‌ ୧ ଓ ଫେଜ୍‌ ୨ ଟ୍ରାଏଲ୍‌ ସଫଳ ଓ ସୁରକ୍ଷିତ ହୋଇଥିବା ଦେଖାଯାଇଛି ।
ଭ୍ୟାକ୍‌ସିନ୍‌ର ଆଶା କରାଯାଉଥିବା ଟ୍ରାଏଲ୍‌ ତାରିଖ ପ୍ରକାଶ ପାଇନାହିଁ
୭- ଭାରତ : ଜାଇଡସ୍‌ କାଡିଲା ହେଲ୍ଥ କେୟାର କମ୍ପାନୀ : ସାରସ୍‌ କଭ-୨ ଉପରେ ଗୋଟିଏ ପ୍ରୋଟିନ ସବ୍‌ ୟୁନିଟ୍‌ ବ୍ୟବହାର କରାଯାଇ ଏହାର ପ୍ରତିକ୍ରିୟା ଦେଖାଯାଇଥିଲା – ଏହାର ଫେଜ୍‌ ୧ ଓ ଫେଜ୍‌ ୨ ଟ୍ରାଏଲ୍‌ ସଫଳ ଓ ସୁରକ୍ଷିତ ହୋଇଥିବା ଦେଖାଯାଇଛି ।
ଭ୍ୟାକ୍‌ସିନ୍‌ର ଆଶା କରାଯାଉଥିବା ଟ୍ରାଏଲ୍‌ ତାରିଖ ପ୍ରକାଶ ପାଇନାହିଁ ।

ଏହାଛଡା କରୋନାର ଅନ୍ୟ ଚିକିତ୍ସା ପଦ୍ଧତି ମଧ୍ୟ ରହିଛି । ସେଥିମଧ୍ୟରୁ

୩୪ ମନୋକ୍ଲୋନାଲ୍‌ ଆଣ୍ଟିବଡିଜ୍‌- ଲାବ୍‌ରେ ବିକଶିତ ଏହି ଆଣ୍ଟିବଡି ସାରସ୍‌ କୋଭ୍‌-୨ ଆଣ୍ଟିବଡିକୁ ବାନ୍ଧି ରଖି ନିଷ୍କ୍ରିୟ କରିଦେଇଥାଏ ।
୨୧ ଆଣ୍ଟିଭାଇରାଲ – ରେମ୍‌ଡେସିଭିର ଭଳି ଏହିସବୁ ମେଡିସିନ୍‌ ଭାଇରସର ବିଭାଜିତ ହେବାକୁ ରୋକିଥାଏ ।
୨୦ ସେଲ୍‌ବେସ୍‌ଡ୍‌ ଥେରାପି ସହ ରିସେପ୍ଟର ବ୍ଲକ୍‌ର ଓ ଆଣ୍ଟିବାୟୋଟିକ୍‌ ଭଳି ୧୧୪ ପ୍ରକାର ଚିକିତ୍ସା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.