ଭାରତୀୟ ସେନାର ୧୦ଟି ସ୍ଲୋଗାନ୍‌, ଯାହା ପ୍ରତ୍ୟେକ ଦେଶବାସୀ ମନେ ରଖିବା ଉଚିତ

କିଛି ଦିନ ତଳେ ଭାରତ ସୀମା ଲଦାଖ ଠାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହେଲା ହାତାହାତି ଯୁଦ୍ଧ । ଏଥିରେ ଆମ ଦେଶର ୨୦ ଜଣ ଯବାନ୍ ସହିଦ ହୋଇଗଲେ । ଯଦିଓ କୁହାଯାଉଛି ଆମ ଯବାନ୍‌ମାନେ ଚୀନ୍‌ର ୪୦ରୁ ଊର୍ଦ୍ଧ୍ୱ ଯବାନ୍‌ଙ୍କୁ ମାରି ପ୍ରତିଶୋଧ ମଧ୍ୟ ନେଇଥିଲେ । ତେବେ ଏଠି ସେ କଥା ନୁହେଁ ପ୍ରସଙ୍ଗ ହେଉଛି ୨୦ ଜଣ ସହିଦ ଯବାନ୍‌ଙ୍କ ପାଇଁ ସାରା ଦେଶରେ ଶୋକ ପ୍ରକାଶ ପାଇଲା । ମାତ୍ର ଦିନେ ଦୁଇଦିନ ଭିତରେ ସବୁ ନିରବି ଗଲା । ହେଲେ ଏମାନଙ୍କ ପୂର୍ବରୁ ଆତ୍ମହତ୍ୟା କରିଥିଲେ ବଲିଉଡ୍‌ର ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ତାଙ୍କ ପାଇଁ ଏବେବି ଶୋକ ସାଗରରେ ଭାସୁଛନ୍ତି ଲୋକେ । କେହି କେହି ଆତ୍ମହତ୍ୟା ବି କରିବାକୁ ପଛାଉ ନାହାନ୍ତି ।

Amid row over Roy Mathew's death, Army jawan says officers ...

ଏଠି ଆମର କହିବା କଥା ଏଇଆ ଯେ ସୁଶାନ୍ତଙ୍କ ପାଇଁ ଦୁଃଖ ନିଶ୍ଚୟ ଲାଗିବ । ହେଲେ ସୀମାରେ ଲଢ଼େଇ କରୁଥିବା ଏବଂ ଆମକୁ ଦେଶ ଭିତରେ ସୁରକ୍ଷିତ ରଖିଥିବା ଯବାନ୍‌ମାନେ କଣ ଜଣେ ଅଭିନେତାଠୁ ଛୋଟ । ଯିଏ ପରଦାରେ ଅଭିନୟ କଲା ସେ ବନିଗଲା ଅସଲି ହିରୋ ଆଉ ଯିଏ ନିଜ ପରିବାରକୁ ଓ ନିଜକୁ ଉତ୍ସର୍ଗ କରି ଆମକୁ ସୁରକ୍ଷା ଦେଉଛି, ଦେଶର ସମ୍ମାନ ରଖୁଛି ସେ ତେବେ କଣ ? ଆମ ଦେଶରେ ଓ ଆମ ଲୋକଙ୍କର ଏଭଳି ମନୋଭାବକୁ ଦେଖି ନିଶ୍ଚିତ ଭାବେ ପ୍ରତ୍ୟେକ ଦେଶପ୍ରେମୀ ମର୍ମାହତ ହେଉଥିବେ । ଏଇ ବୀର ଯବାନମାନଙ୍କ ପରିବାର ହୁଏତ ଭାବୁଥିବେ ଆମେ ଆମ ପିଲାଙ୍କୁ ସେନାରେ ଭର୍ତ୍ତି କରି କିଛି ଭୁଲ କରି ନାହୁଁ ତ ? ହୁଏତ ଆମେ ଭାରତୀୟ ସେନାକୁ କିମ୍ବା ସହିଦ ଯବାନଙ୍କୁ ଯେତିକି ମର୍ଯ୍ୟାଦା ଦେବା କଥା ସେତିକି ଦେଉ ନାହୁଁ ।

Army jawan loses life in unprovoked ceasefire violation by Pakistan

ଦେଶକୁ ରକ୍ଷା କରିବା ଯବାନମାନଙ୍କ କାମ, ଏହିକଥା କହିଦେବା ବହୁତ ସହଜ କିନ୍ତୁ କେବେ ଆପଣ ଭାବିଛନ୍ତି କି ସେହି ଯବାନମାନଙ୍କ ବିଷୟରେ ? ତାଙ୍କ ଜୀବନ ବିଷୟରେ ? କେତେ କଷ୍ଟରେ ସେମାନେ ନିଜ ଜୀବନ ବିତାଉଛନ୍ତି ଏବଂ ନିଜ କର୍ତ୍ତବ୍ୟ ପାଇଁ କିପରି ତ୍ୟାଗ କରୁଛନ୍ତି ? ଦେଶମାତୃକା ପାଇଁ, ଆମର ସୁରକ୍ଷା ପାଇଁ ସେମାନେ ହସି ହସି ନିଜ ଜୀବନକୁ ଉତ୍ସର୍ଗ କରିଦେଉଛନ୍ତି । ସେନା ମୁଖ୍ୟ ବିପିନ ରାୱତ କହିଛନ୍ତି ଯେ ଭାରତର ପ୍ରତ୍ୟେକ ବ୍ୟକ୍ତି ଭାରତୀୟ ସେନା ବିଷୟରେ ଏହିସବୁ କଥା ଜାଣିବା ନିହାତି ଜରୁରୀ । ସେଥିପାଇଁ ଆମେ ଆଜି ଆପଣଙ୍କୁ କହିବୁ ଭାରତୀୟ ସେନାର ୧୦ଟି ସର୍ବୋତ୍ତମ ମୂଲ୍ୟବାନ କଥା । ଯାହାକୁ ପଢିବା ପରେ ଆପଣ ମଧ୍ୟ ନିଜକୁ ଗର୍ବିତ ଅନୁଭବ କରିବେ । ତାହେଲେ ଆସନ୍ତୁ ଜାଣିବା କଣ ସେହି ମୂଲ୍ୟବାନ ବାକ୍ୟ । ଯାହାକୁ ଜଣେ ଭାରତୀୟ ଭାବେ ଆମେ ଜାଣିବା ଉଚିତ ।

Indian Army LIVE A LIFE LESS ORDINARY - YouTube

  • ମୁଁ ତ୍ରିରଙ୍ଗା ଉଡାଇ କରି ଆସିବି ନଚେତ ତ୍ରିରାଙ୍ଗରେ ଗୁଡ଼ାଇ ହୋଇ ଆସିବି, କିନ୍ତୁ ମୁଁ ନିଶ୍ଚିତ ଫେରିବି ।
    – କ୍ୟାପଟେନ ବିକ୍ରମ ବତ୍ରା,
  • ଯାହା ଆପଣମାନଙ୍କ ଜୀବନରେ ଏକ ଅସାଧାରଣ ଓ ଦୁଃସାହସିକ କାର୍ଯ୍ୟ ତାହା ହେଉଛି ଆମର ନିତିଦିନିିଆ ଜୀବନ।
    – ଲେହ-ଲଦାଖ ରାଜପଥରେ ସାଇନ୍ ବୋର୍ଡ (ଭାରତୀୟ ସେନା)
  • ଯଦି ମୁଁ ମୋର ବୀରତ୍ୱ ପ୍ରମାଣ କରିବା ପୂର୍ବରୁ ମରିଯାଏ, ତେବେ ମୁଁ ଶପଥ କରୁଛି ଯେ ମୁଁ ମୃତ୍ୟୁକୁ ବି ମାରି ଦେବି ।
    – କ୍ୟାପଟେନ ମନୋଜ କୁମାର ପାଣ୍ଡେ,
  • ଆମ ପତାକା ପବନରେ ଉଡ଼େ ନାହିଁ ବରଂ ଏହା ସେହି ସମସ୍ତ ଯବାନଙ୍କର ଶେଷ ନିଶ୍ୱାସରେ ଉଡ଼ିଥାଏ ଯେଉଁମାନେ ଏହାର ସୁରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଇଥାନ୍ତି ।
    – ଭାରତୀୟ ସେନା
  • ଆମକୁ ପାଇବା ପାଇଁ ତୁମକୁ ନିଶ୍ଚୟ ଭଲ ହେବାକୁ ପଡିବ, ଆମକୁ ଧରିବା ପାଇଁ ତୁମକୁ ତୀବ୍ର ହେବାକୁ ପଡିବ କିନ୍ତୁ ଆମକୁ ଜିତିବା ପାଇଁ ତୁମକୁ ଏକ ଶିଶୁ ହେବାକୁ ପଡିବ ।
    – ଭାରତୀୟ ସେନା

Indian Army has less life protecting equipments than Pakistan, Sri ...

  • ଭଗବାନ ଆମର ଶତ୍ରୁମାନଙ୍କ ଉପରେ ଦୟା କରନ୍ତୁ, କାରଣ ଆମେ ସେକଥା କରି ପାରିବୁ ନାହିଁ ।
    – ଭାରତୀୟ ସେନା
  • ଜୀବନ ଆମର ସମକକ୍ଷ, ପ୍ରେମ ହେଉଛି ଆମର ପସନ୍ଦ କାରଣ ନିଜର ହତ୍ୟା ହେଉଛି ଆମର ବ୍ୟବସାୟ ।
    – ଅଫିସର୍ ଟ୍ରେନିଂ ଏକାଡେମୀ
  • ଯଦି କୌଣସି ବ୍ୟକ୍ତି କୁହନ୍ତି ଯେ ସେ ମୃତ୍ୟୁକୁ ଭୟ କରନ୍ତି ନାହିଁ, ତାହେଲେ ହୋଇପାରେ ସେ ମିଛ କହୁଥିବେ ନଚେତ ସେ ଭାରତୀୟ ସେନାରେ ସାମିଲ ଥିବେ ।
    – ଫିଲ୍ଡ ମାର୍ଶଲ ସାମ ମାନେକ୍ସା
  • ଆତଙ୍କବାଦୀଙ୍କୁ କ୍ଷମା କରିବା ଈଶ୍ଵରଙ୍କ କାମ, କିନ୍ତୁ ସେମାନଙ୍କୁ ଭଗବାନଙ୍କୁ ସାକ୍ଷାତ କରାଇବା ଆମର କାମ।
    – ଭାରତୀୟ ସେନା
  • ଆମର ଅବସୋସ ଯେ ନିଜ ଦେଶକୁ ଦେବା ପାଇଁ ଆମ ପାଖରେ କେବଳ ଗୋଟିଏ ଜୀବନ ହିଁ ଅଛି ।
    -ଭାରତୀୟ ସେନା
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.