ହଟସ୍ପଟ ଅଞ୍ଚଳରୁ ଫେରିଲେ ସରକାରୀ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ, ସୂଚନା ଦେଲେ ବିଏମସି କମିଶନର

କେନ୍ୟୁଜ୍ (ବ୍ୟୁରୋ): ହଟସ୍ପଟ ଅଞ୍ଚଳରୁ ଫେରିଲେ ସରକାରୀ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ଆଉ ହୋମ୍‌ କ୍ୱାରେଣ୍ଟାଇନରେ ରହିବେ ନାହିଁ । ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍‌ ଚୌଧୁରୀ । ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ୨୭୪ ଜଣ ପଜିଟିଭ୍‌ ଚିହ୍ନ ହୋଇଥିବା ବେଳେ ୧୩୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୩୨ଟି ଆକ୍ଟିଭ୍‌ କେସ ରହିଛି ।

ସେହିଭଳି ଭୁବନେଶ୍ୱରରେ ୬୦ରୁ ଅଧିକ ଓ୍ଵାର୍ଡ କମତଟି ଗଠନ କରାଯାଇଥିଲା । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସଚେତକ ଆପ୍‌କୁ ୬୨୦୦ ବରିଷ୍ଠ ନାଗରିକ ଡାଉନଲୋଡ କରିଛନ୍ତି । ସ୍ମାର୍ଟ ସିଟିରେ ଥିବା ବସ୍ତି ଅଞ୍ଚଳ ଅଧିକ ଫୋସକରେ ରହିଛି । ରାଜଧାନୀରେ ୨୦୮୫ ଭଲ୍ୟୁଣ୍ଟିୟର କାମ କରୁଛନ୍ତି । ଘରୋଇ ଡାକ୍ତରଖାନା କୋଭିଡ଼ ଗାଇଡଲାଇନ ମାନୁନାହାନ୍ତି । ତେବେ ଅନେକ ଲୋକ ସାମାଜିକ ଦୂରତା ମାନୁନାହାନ୍ତି କି ମାସ୍କ ବ୍ୟବହାର କରୁନଥିବା କହିଛନ୍ତି ବିଏମସି କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.