Below header

ରାତି ଅଧରେ ଋଣ ଟଙ୍କା ମାଗିବା ପଡିଲା ମହଙ୍ଗା, ଗ୍ରାମବାସୀଙ୍କ ଦ୍ୱାରା ହଟହଟା ହେଲେ ଫାଇନାନ୍ସ କର୍ମଚାରୀ

ଉମରକୋଟ (କେନ୍ୟୁଜ୍‌) : ସାରା ବିଶ୍ୱରେ କରୋନା ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ସରକାର ଙ୍କ ପକ୍ଷରୁ ସେମାନଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ଠୁ ଆରମ୍ଭ କରି ଶୁଖିଲା ଖାଦ୍ୟ ଓ ଜନଧନ ଆକାଉଣ୍ଟ ଧାରୀ ମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇଦିଆଯାଉଛି କିନ୍ତୁ ଠିକ ଏତିକି ବେଳେ କିଛି ବେସରକାରୀ ଅର୍ଥ ଲଗାଣ କାରୀ ସଂସ୍ଥା ଗରିବ ଲୋକ କିସ୍ତି ଟଙ୍କା ଆଦାୟ କରିବାକୁ ଯାଇ ଲୋକଙ୍କୁ ଧମକ ଚମକ ଦେବା ସହ ରାତି ଅଧରେ ଯାଇ କିସ୍ତି ଟଙ୍କା ଦେବାକୁ ବାଧ୍ୟ କରୁଛନ୍ତି । କିନ୍ତୁ ପରିସ୍ଥିତି ହୋଇଗଲା ଓଲଟା, କିସ୍ତି ଟଙ୍କା ମାଗିବାକୁ ଯାଇ ହଟହଟା ହେଲେ ଫାଇନାନ୍ସ କର୍ମଚାରୀ।

bankଏହି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ବାସିନୀ ଗାଁରେ। ଲକଡାଉନ ସମୟରେ କିସ୍ତି ଟଙ୍କା ଆଦାୟ କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ କଢ଼ା ନିର୍ଦ୍ଦେଶ ରହିଥିବା ବେଳେ ବେସରକାରୀ ଅର୍ଥ ଲଗାଣ କାରୀ ସଂସ୍ଥା ଗୁଡିକ ନିର୍ଦ୍ଧେଶ କୁ ନ ମାନି ଲୋକ ଙ୍କ ପାଖରେ ଯାଇ ବାଧ୍ୟ କରି ଟଙ୍କା ଆଦାୟ କରୁଛନ୍ତି।

bankଭାରତ ଫାଇନାନ୍ସ ନାମକ ଏକ ବେସରକାରୀ ସଂସ୍ଥା ବଡ଼ବାସିନୀ ଗ୍ରାମକୁ ଯାଇ କିଛି ମହିଳାଙ୍କୁ କିସ୍ତି ଟଙ୍କା ଦେବାକୁ ବାଧ୍ୟ କରିବା ସହ ଧମକ ଚମକ ଦେଇ ଘର ବାରଣ୍ଡାରେ ଯଗି ବସୁଛନ୍ତି କିନ୍ତୁ ଆଜି ଫାଇନାନ୍ସ ସଂସ୍ଥାର ଏକ କର୍ମଚାରୀ ରାତି ପ୍ରାୟ ଘ ୮.୩୦ ମିନିଟ୍ ସମୟରେ ଗ୍ରାମକୁ ଯାଇ କିସ୍ତି ଟଙ୍କା ଦେବାକୁ ବାଧ୍ୟ କରୁଥିଲେ ଏହି ସମୟରେ ଗ୍ରାମ ଲୋକ ଏକାଠି ହୋଇ କର୍ମଚାରୀ କୁ ଅଟକ ରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.