Below header

ଏହି ୫ ରାଶିକୁ ଖୁବ୍‌ ଶୀଘ୍ର ଆସିଯାଏ କ୍ରୋଧ, ଏମାନଙ୍କ ସହ ଚଳନ୍ତୁ ମାପି ଚୁପି ତାହାଲେ ସମ୍ପର୍କ ରହିବ ଭଲ

ବେଳେ ବେଳେ ସାମ୍‌ନା ବାଲା ଲୋକ ସହ କଥା ହେଉ ହେଉ ହଠାତ୍‌ ପରିବେଶ ବଦଳିଯାଏ । ଭଲ କଥା ବି ଖରାପ ହୋଇଯାଏ । ଏଭଳି ପରିସ୍ଥିତିରେ ଆପଣ ଭାବୁଥିବେ କାଳେ ମୁଁ ଆଗରୁ ଜାଣିଥାନ୍ତି କି ଲୋକଟି କ୍ରୋଧୀ ବୋଲି । ଏପରି ପରିସ୍ଥିତି ହୋଇ ନଥାନ୍ତା । ତେବେ ଜାଣି ରଖନ୍ତୁ ଏହି ୫ ରାଶିଙ୍କ ବିଷୟରେ ଯେଉଁମାନଙ୍କୁ ଖୁବ୍‌ ଶୀଘ୍ର ଆସିଯାଏ କ୍ରୋଧ ।

rashi-0

ରାଶି ଚକ୍ରରେ ୧୨ ରାଶି ମଧ୍ୟରେ ଭିନ୍ନ ଭିନ୍ନ ରାଶିର ବ୍ୟକ୍ତିଙ୍କ ବ୍ୟକ୍ତିତ୍ତ୍ୱ ମଧ୍ୟ ଭିନ୍ନ ହୋଇଥାଏ । କିଏ ଟିକେ ମୁଡ଼ି ତ କିଏ କ୍ରୋଧୀ ତ ଆଉ କିଏ କେୟାରିଙ୍ଗ୍‌ । ଜ୍ୟୋତିଷ ଶାସ୍ତ୍ର ଏପରି ଏକ ଶାସ୍ତ୍ର ଯାହା ସାହାଯ୍ୟରେ ଆମେ କାହାର ଭବିଷ୍ୟତ ଜାଣିବା ସଂଗେ ସଂଗେ ତା’ର ସ୍ୱଭାବ ଓ ଚରିତ୍ର ସମ୍ପର୍କରେ ମଧ୍ୟ ଜାଣିପାରିବା ।

ଯଦି ଆପଣ ଟିକେ ବଦ୍‌ରାଗୀ କିମ୍ବା ମୁଡି ତ ଏହା ଆପଣଙ୍କ ରାଶିର ପ୍ରଭାବ କାରଣରୁ । ତେବେ ଆଜି ଆସନ୍ତୁ ଜାଣିବା ଏହି ୫ ରାଶିର ବ୍ୟକ୍ତିଙ୍କୁ ଯେଉଁମାନଙ୍କୁ ଖୁବ୍‌ ଶୀଘ୍ର ଆସିଯାଏ କ୍ରୋଧ ।

mesha

ମେଷ ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ଜାତକ ବହୁତ କ୍ରୋଧୀ ସ୍ୱଭାବର ହୋଇଥାନ୍ତି । ରାଗ ଆସିଲେ ଏମାନେ ବିକଟ ରୂପ ଧାରଣ କରିବା ସହ ଚେହେରାରେ ମଧ୍ୟ କ୍ରୋଧ ପରିସ୍ଫୁଟ ହୋଇଥାଏ । ବେଳେ ବେଳେ ଆପଣଙ୍କ ଥଟ୍ଟା ମଜାକୁ ମଧ୍ୟ ଏମାନେ ଗମ୍ଭୀରତା ସହ ନେଇଥାନ୍ତି । ତେଣୁ କ୍ରୋଧ ବେଳେ ଏମାନଙ୍କ ଠାରୁ ଦୂରରେ ରହିବା ସବୁଠୁ ବୁଦ୍ଧିମାନର କାର୍ଯ୍ୟ ହେବ ।

kark

କର୍କଟ ରାଶି : ଏହି ରାଶିର ବ୍ୟକ୍ତିମାନେ ହଠାତ୍‌ ରାଗି ଯାଇଥାନ୍ତି । ଏମାନଙ୍କ ଆଖପାଖର ଲୋକ ବି ଏମାନଙ୍କ କ୍ରୋଧର ଶିକାର ହୋଇଥାନ୍ତି । ତେଣୁ ଏମାନଙ୍କ ସହ କଥା ହେବା ବେଳେ ପ୍ରଥମେ ଥରେ ଚିନ୍ତା କରନ୍ତୁ ।

bichha

ବିଛା ରାଶି : ଏହି ରାଶିର ବ୍ୟକ୍ତି କ୍ରୋଧକୁ କେବେ କଣ୍ଟ୍ରୋଲ କରି ପାରନ୍ତି ନାହିଁ । ଏମାନଙ୍କୁ ଥରେ କ୍ରୋଧ ଆସିଲେ କାହାକୁ ବି ଛାଡ଼ନ୍ତି ନାହିଁ । ବିଶେଷ କରି ପ୍ରେମ ବ୍ୟାପାରରେ ତ ଏମାନେ ଅନ୍ୟର ଜୀବନ ବି ନେଇ ଯିବାକୁ ପଛାନ୍ତି ନାହିଁ ।

makar

ମକର ରାଶି : ଏହି ରାଶିର ବ୍ୟକ୍ତିଙ୍କ କ୍ରୋଧ ଶୀଘ୍ର ପ୍ରଶମିତ ହୁଏନାହିଁ । ଯଦି ଏମାନେ ଥରେ ରାଗି ଗଲେ ତ ଏମାନଙ୍କୁ ଶାନ୍ତ କରିବା ଅସମ୍ଭବ । ଏହି ରାଶିର ବ୍ୟକ୍ତିଙ୍କୁ ଏତେ କ୍ରୋଧ ଆସେ ଯେ ଏମାନଙ୍କୁ କଣ୍ଟ୍ରୋଲ କରିବା ଅସମ୍ଭବ ହୋଇ ପଡ଼େ ।

mina

ମୀନ ରାଶି : ଏହି ରାଶିର ବ୍ୟକ୍ତିଙ୍କୁ ଜଲ୍‌ଦି କ୍ରୋଧ ଆସିଥାଏ । ହେଲେ ଏମାନେ କାହାର ଅସୁବିଧା କରନ୍ତି ନାହିଁ । ଏମାନେ କାହାକୁ ବି କ୍ରୋଧରେ ମଧ୍ୟ କ୍ଷମା କରିଦେଇ ଥାନ୍ତି । ହେଲେ ଏମାନଙ୍କ କ୍ରୋଧ ଯଦି ଥରେ ସୀମା ଲଂଘିଲା ତେବେ ସାମନ୍‌ାରେ ଥିବା ଲୋକ ଯେ କେହି ହେଉନା କାହିଁକି ସେ ଭୁଲି ଯାଆନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.