ଆଶ୍ଚର୍ଯ୍ୟ: ମା’ ହେଲେ ୧୧୫ ସେମି ଉଚ୍ଚ ମହିଳା, ଜନ୍ମ ଦେଲେ ୪୫ ସେମିର ଛୁଆ

ପ୍ରେମର କୌଣସି ସୀମା ନାହିଁ। ପ୍ରେମ କରୁଥିବା ବ୍ୟକ୍ତି ସବୁ ପରିସ୍ଥିତିରେ ବି ନିଜ ସାଥୀର ସାଥ୍‌ ଦେଇଥାଏ। ସେମିତି କିଛି ହୋଇଛି ମାଲେସିଆର ଟେରେଙ୍ଗଗନୁ ନିବାସୀ ଏକ ଯୋଡ଼ିଙ୍କ ସହ। ଏହି କପଲ ନିଜ ଉଚ୍ଚତା ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। କାରଣ ଏମାନଙ୍କ ଉଚ୍ଚତା ମଧ୍ୟରେ ଆକାଶ ପାତାଳ ଫରକ ରହିଛି। ସ୍ୱାମୀ ମହମ୍ମଦ ଅଜରୀ ଜୈଦୀଙ୍କ ତୁଳନାରେ ସ୍ତ୍ରୀ ସୟକିଲା ନୋରଜମା ଅମୀରା ଖୁବ୍‌ ସାନ୍‌, ତାଙ୍କ ଉଚ୍ଚତା ମାତ୍ର ୧୧୫ ସେଣ୍ଟି ମିଟର। ଏତେ କମ୍‌ ଉଚ୍ଚତା ଥିବା ଲୋକଙ୍କ ପାଖରେ ପ୍ରାୟତଃ ସେଲ୍ଫ କନ୍‌ଫିଡେନ୍ସର ଅଭାବ ନଜର ଆସେ। କିନ୍ତୁ ଅମୀରା ନିଜ ଉଚ୍ଚତାକୁ ନେଇ ଆଦୌ ବ୍ୟତି ବ୍ୟସ୍ତ ନୁହେଁ। ତାଙ୍କୁ ତାଙ୍କର ପ୍ରକୃତ ପ୍ରେମ ବି ମିଳିଛି। ଏମିତି କି ଏବେ ସେ ଏକ ପୁତ୍ର ସନ୍ତାନକୁ ବି ଜନ୍ମ ଦେଇଛନ୍ତି, ଯେଉଁଥିପାଇଁ ସେ ଏବେ ଚର୍ଚ୍ଚାରେ ଅଛନ୍ତି।

ଜାନୁଆରୀ ୨୫ରେ ଅମୀରା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏ ନେଇ ସେ କହିଛନ୍ତି, ତାଙ୍କୁ ଏସବୁ ସ୍ୱପ୍ନ ଭଳି ମନେ ହେଉଛି। କାରଣ ସେ କେବେ ଭାବି ବି ନଥିଲେ ସନ୍ତାନ ଜନ୍ମ ଦେବେ। କାରଣ ତାଙ୍କ ଉଚ୍ଚତା ମାତ୍ର ୧୧୫ ସେଣ୍ଟିମିଟର। ଡାକ୍ତରଙ୍କୁ ବି ଆଶା ନଥିଲା ଅମୀରା ପିଲା ଜନ୍ମ କରିପାରିବେ। କାରଣ ଜନ୍ମ ବେଳେ ଛୁଆର ଉଚ୍ଚତା ୪୫ ସେଣ୍ଟି ମିଟର ହୋଇଥାଏ। ଏଣୁ ଡାକ୍ତରଙ୍କୁ ଏହା ଅସମ୍ଭବ ଲାଗୁଥିଲା। କିନ୍ତୁ ଏବେ ଏହା ସତ ହୋଇଛି।

ଅମୀରା କହିଛନ୍ତି, ଗର୍ଭାବସ୍ଥାରେ ତାଙ୍କୁ କୌଣସି ସମସ୍ୟା ହୋଇନଥିଲା। କେବଳ ଡେଲିଭରି ବେଳେ ତାଙ୍କର ଏକ୍ସଟ୍ରା କେୟାର ନିଆଯାଇଥିଲା। କିନ୍ତୁ ଡେଲିଭରି ପରେ ଏବେ ସେ ଓ ତାଙ୍କ ପିଲା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ଅମୀରା। ତାଙ୍କ ସ୍ୱାମୀ ଉଭୟ ତାଙ୍କର ଓ ପିଲାର ଯତ୍ନ ନେଉଛନ୍ତି। ଫଳରେ ତାଙ୍କୁ କିଛି ଅସୁବିଧା ହେଉନାହିଁ।

ତେବେ ଅମୀରାଙ୍କ ସ୍ୱାମୀ ମହମ୍ମଦ ଅଜରୀ ଜୈଦୀ ତାଙ୍କ ଠାରୁ ୮ ବର୍ଷ ସାନ। ଉଭୟେ ୨୦୨୦ରେ ପ୍ରଥମେ ଦେଖାହୋଇଥିଲେ। ଏହା ପରେ ଉଭୟଙ୍କୁ ଉଭୟେ ଖୁବ ଭଲ ଲାଗିଥିଲେ। ମାର୍ଚ୍ଚ ୨୦୨୧ରେ ଉଭୟେ ବିବାହ କରିଥିଲେ। ଅଜରୀ ସବୁ ସ୍ଥାନକୁ ସ୍ତ୍ରୀଙ୍କୁ କାଖେଇକି ନେଇଥାନ୍ତି ବୋଲି କହିଛନ୍ତି ଅମୀରା।

Leave A Reply

Your email address will not be published.