Below header

୧୯ ବର୍ଷର ଏହି ବାଳକ ନଡିଆ ଖୋଳ ସହିତ କଲେ କିଛି ଏପରି କାରନାମା, ଯାହାକୁ ଦେଖି ରହିଗଲା ସାରା ଦୁନିଆ

ଅଦରକାରୀ ଜିନିଷକୁ କିପରି ଉପଯୋଗ କରିପାରିବା ଏଥିପାଇଁ ଏକ ଉଦାହରଣ ସାଜିଛନ୍ତି ମଧ୍ୟପ୍ରଦେଶରେ ରହୁଥିବା ଗଜେନ୍ଦ୍ର ଶର୍ମା । କେବଳ ୭୨ ଟଙ୍କା ବିନିମୟରେ କଞ୍ଚା ନଡିଆ ଖୋଳରେ ସେ ବିଶ୍ବର ୫୧ଟି ଐତିହାସିକ କ୍ଷେତ୍ରର ଚିତ୍ର ତିଆରି କରିଛନ୍ତି । ଗଜେନ୍ଦ୍ରଙ୍କ ବୟଷ ୧୯ବର୍ଷ ହୋଇଥିବାବେଳେ ସେ ବିଏସସି ଫାଇନାଲ ଇୟର୍ ପଢୁଛନ୍ତି । ନିଜର ଏହି କଳା କାରଣରୁ ସେ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟୁଛନ୍ତି ।

coconutବିଶ୍ବ ବିଜ୍ଞାନ ଦିବସରେ ସେ ଏହି ଚିତ୍ର ସବୁକୁ ହୋଲକର ସାଇନ୍ସ କଲେଜରେ ପ୍ରଦର୍ଶନ କରିଥିଲେ । ସେଠାରେ କଲେଜର ସବୁ ପ୍ରଫେସରଙ୍କ ସହିତ ନାଗାଲାଣ୍ଡର ପ୍ରଫେସର ମଧ୍ୟ ଉପସ୍ଥିତ ଥିଲେ । ଯିଏ ଗଜେନ୍ଦ୍ରଙ୍କର ଏହି କାମକୁ ଦେଖିଥିଲେ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ଦେବାକୁ ଉପଦେଶ ଦେଇଥିଲେ ।

ଏହାସହ ପଢନ୍ତୁ : ହିନ୍ଦୁଧର୍ମରେ ନଡ଼ିଆ ବା ଶ୍ରୀ ଫଳର ରହିଛି ଅନେକ ମହତ୍ୱ, ଜାଣନ୍ତୁ ଏହାର…

coconutଗଜେନ୍ଦ୍ର କହିଛନ୍ତି କି, ସେ ଫେବ୍ରୁଆରୀ ମାସରେ ପ୍ରଥମେ ନଡିଆର ଏକ ଖୋଳରେ ଲାଲକିଲା ଆଙ୍କିଥିଲେ । ଏହାପରେ କୁତୁବମିନାର,ହବାମେହଲ,ଚୀନର କବାଟ,ତାଜମହଲ ସମେତ ୟୁନେସ୍କୋ ର ସୂଚୀରେ ସାମିଲ ୫୧ଟି ଐତିହାସିକ ସ୍ଥଳୀକୁ ଚିତ୍ର ମାଧ୍ୟମରେ ଜୀବନ୍ତ ରୂପ ଦେଇଥିଲେ ।

india bookଏଠାରେ କହି ରଖୁଛୁ ଯେ, ଗଜେନ୍ଦ୍ରଙ୍କର ଏହି କଳା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଏବଂ ଲିମ୍କା ବୁକ୍ ଅଫ୍ ରେକର୍ଡସରେ ମାକ୍ସ ୱାଲ୍ଡ ହେରିଟେଜ୍ ସ୍କେଚ୍ ଅନ୍ ବେଷ୍ଟ କୋକୋନଟ୍ ସେଲ୍ ଶୀର୍ଷକ ନାମରେ ସାମିଲ୍ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.