ମହାରାଷ୍ଟ୍ରରେ ବର୍ଷା ବିତ୍ପାତ: ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ କାନ୍ଥ ଭୁଷୁଡି ୨୨ମୃତ, ଅନେକ ଆହତ

ମହାରାଷ୍ଟ୍ର(କେନ୍ୟୁଜ୍) : ଲଗାଣ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ। ମୂଷଳାଧାର ବର୍ଷାରେ ସହରର ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ଦାଦର, ମାଟୁଙ୍ଗା, ସାୟନ, ହିନ୍ଦମାତା, ଅନ୍ଧେରୀ ସମେତ ଅନେକ ଉପମହାନଗରୀୟ ଅଞ୍ଚଳରେ ଆଣ୍ଠୁଏରୁ ଅଧିକ ଉଚ୍ଚରେ ପାଣି ଭରି ରହିଛି। ରାସ୍ତାରେ ପାଣି ଜମି ରହିଥିବାରୁ ଯାନବାହାନ ଚଳାଚଳରେ ବାଧା ଉପୁଜିଛି। ଅନେକ ସ୍ଥାନରେ ରେଳ ଧାରଣା ଉପରେ ପାଣି ଜମିରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଗତ ୪୮ ଘଣ୍ଟା ମଧ୍ୟରେ ହୋଇଥିବା ବର୍ଷା ୧୦ ବର୍ଷ ମଧ୍ୟରେ ସର୍ବାଧିକ ବୋଲି କୁହାଯାଉଛି ।

maharastra rainବିଏମସିର ସୂଚନା ମୁତାବକ ଗତ ୨ ଦିନ ମଧ୍ୟରେ ହୋଇଥିବା ବର୍ଷା ଜୁନ୍‌ ମାସରେ ହୋଇଥିବା ୫୫୦ ମଲିମିଟର ବର୍ଷାକୁ ପଛରେ ପକାଇଛି । ଆସନ୍ତା ଦୁଇ ଦିନ ମଧ୍ୟରେ ୨୦୦ ମଲିମଟରରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏପଟେ ବିଭିନ୍ନ ସ୍ଥାନରେ କାନ୍ଥ ଭୂଷୁଡି ୨୨ ଜଣଙ୍କ ମୃତ୍ୟୁ ହୋଇଛି । ମାଲାଡ ଇଷ୍ଟର କୁରାରରେ ୧୩ ଜଣ, କଲ୍ୟାଣରେ ୩ ଜଣ ଓ ପୁନେ ସିଂହଗଡ ଅଞ୍ଚଳରେ କଲେଜ କାନ୍ଥ ଭୂଷୁଡି ୬ ଜଣଙ୍କ ପ୍ରାଣହାନୀ ଘଟିଛି । ଅଗ୍ନିଶମ ବିଭାଗ ଓ NDRFର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଲଗାଣ ବର୍ଷା ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ରେଳ ଓ ବିମାନ ସେବା ପ୍ରଭାବିତ ହୋଇଛି । କିଛି ଟ୍ରେନକୁ ରଦ୍ଦ କରାଯିବା ସହ କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଏପେଟେ ୫୪ଟି ବିମାନର ଗତିପଥକୁ ପରିବର୍ତ୍ତନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.