Below header

ମେଟ୍ରୋରେ ସିଟ୍ ପାଇଁ ଝଗଡା କଲେ ୨ ମହିଳା : ପାଖରେ ବସିଥିବା ଯୁବତୀ ବର୍ଗର ଖାଇ ଖାଇ ଦେଖିଛନ୍ତି ମଜା ; ଭିଡିଓ ଭାଇରାଲ

ଯଦି ଆପଣ ମେଟ୍ରୋରେ କେବେ ଯାତ୍ରା କରିଥିବେ ତେବେ ଆପଣ ନିଶ୍ଚିତ ଭାବରେ ଲୋକମାନଙ୍କୁ ସିଟ୍ ପାଇଁ ଲଢେଇ କରୁଥିବାର ଦେଖିଥିବେ। ଦିଲ୍ଲୀ ମେଟ୍ରୋରେ ଲୋକମାନେ ସିଟ୍ ଉପରେ ବସିବା ପାଇଁ ଝଗଡା କରୁଥିବା ଅନେକ ଥର ନଜର ଆସେ । ତେବେ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦୁଇ ମହିଳା ସିଟ ପାଇଁ ନିଜ ମଧ୍ୟରେ ଝଗଡା କରୁଥିବା ଦେଖାଯାଉଛି। ଏହି ଭାଇରାଲ୍ ଭିଡିଓରେ, ଆପଣ ଦେଖିପାରିବେ ଯେ ଶାଢ଼ୀ ପିନ୍ଧିଥିବା ଝିଅଟି ମେଟ୍ରୋ ସିଟରେ ବସିଛି। ଏଥିସହ ସେ ନିଜ ବ୍ୟାଗକୁ ତାଙ୍କ ପାଖରେ ଥିବା ସିଟରେ ରଖିଛନ୍ତି।

ଏହି ସମୟରେ ଅନ୍ୟଜଣେ ମହିଳା ସେଠାରେ ପହଂଚି ସିଟ୍ ଉପରେ ଶାଢ଼ୀ ପିନ୍ଧି ବସିଥିବା ଝିଅ ଜଣଙ୍କୁ ସିଟ୍ ଦେବାକୁ କହିଥିଲେ। କିନ୍ତୁ ସେ ଝିଅଟି ଆସନ ଦେବାକୁ ମନା କରି ଦେଇଥିଲେ। ତା’ପରେ ଟିକିଏ ଖାଲି ଥିବା ସିଟରେ ଶାଢ଼ୀ ପିନ୍ଧିଥିବା ମହିଳାଙ୍କ ପାଖରେ ଅନ୍ୟ ମହିଳା ଜଣଙ୍କ ବସି ପଡ଼ିଥିଲେ। ବାସ୍, ଏହା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଯାଉଛି । ପରସ୍ପର ଯୁକ୍ତି ତର୍କ କରୁଛନ୍ତି । ଅନ୍ୟପଟେ କେହି ଜଣେ ଏହି ଦୃଶ୍ଯର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ସେୟାର କରି ଦେଇଛି । ଏବଂ ଏହା ଏବେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Pratibha Sharma (@pratibha.sharma_09)

ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ pratibha.sharma_09 ନାମକ ଏକ ଆକାଉଣ୍ଟ ସହିତ ପୋଷ୍ଟ କରାଯାଇଛି । ୫ ଦିନ ପୂର୍ବରୁ ସେୟାର ହୋଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଥର ଦେଖାଯାଇଛି । ଏହି ଭିଡିଓକୁ 3.42 ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଜଣେ ଟ୍ୱିଟର ୟୁଜର କମେଣ୍ଟରେ ଲେଖିଛନ୍ତି କି ‘ସମସ୍ତେ ଝଗଡା ଦେଖୁଛନ୍ତି । କିନ୍ତୁ ପାଖରେ ଜଣେ ଯୁବତୀ ବସି ବର୍ଗର ଖାଉଛନ୍ତି ।’ ଭିଡିଓର କ୍ୟାପସନରେ ଅନ୍ୟ ଉପଭୋକ୍ତା ଲେଖିଛନ୍ତି – ‘ଏହି ମ୍ୟାଡାମଙ୍କୁ ମଧ୍ୟ ବ୍ୟାଗଟିକୁ ରଖିବା ପାଇଁ ମେଟ୍ରୋରେ ଏକ ସିଟ ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.